Home ଜିଲ୍ଲା ପରିକ୍ରମା ଆଇ.ଟି.ଆଇ ଚରମ୍ପା ଓ ଅବନ୍ତିକା କଲେଜର ବିଶ୍ୱକର୍ମା ପୂଜା

ଆଇ.ଟି.ଆଇ ଚରମ୍ପା ଓ ଅବନ୍ତିକା କଲେଜର ବିଶ୍ୱକର୍ମା ପୂଜା

10

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଧ୍ୟାତ୍ମିକତା ମଣିଷକୁ ମହତ୍ତର କରେ ତଥା ଜୀବନକୁ ଶୃଙ୍ଖଳିତ, ସ୍ୱାଚ୍ଛନ୍ଦ୍ୟ ଓ ସାବଲୀଳ ଗତିରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥାଏ, ବୁଦ୍ଧିର ବିକାଶକୁ ତୀବ୍ରତର କରିଥାଏ ଏବଂ ସମାଜ ତଥା ଜାତିକୁ ଋଦ୍ଧିମନ୍ତ କରି ଗଢ଼ି ତୋଳିବା ସହ ଦେଶ ଓ ଜାତିକୁ ଏକ ସମ୍ମାନଜନକ ସ୍ଥିତିରେ ପହଂଚାଇ ଥାଏ ବୋଲି ବିଭିନ୍ନ ସୂତ୍ରରୁ ତଥା ଶାସ୍ତ୍ରମାନଙ୍କରୁ ଜଣାଯାଇଥାଏ। ଉକ୍ତ ତଥ୍ୟକୁ ଭିତି କରି ଚଳିତ ବର୍ଷ ଆଇ.ଟି.ଆଇ ଚରମ୍ପା ତଥା ଅବନ୍ତିକା କଲେଜର କାରିଗରୀର ଦେବତା ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର କର୍ମଚାରୀମାନଙ୍କ ଅକୁଣ୍ଠ ସହଯୋଗ ଫଳରେ ଉକ୍ତ ପୂଜା ସଫଳ ଭାବେ ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ, ନିମନ୍ତ୍ରିତ ବ୍ୟକ୍ତିତ୍ୱ ଓ ସାମ୍ବାଦିକ ବନ୍ଧୁମାନେ ବହୁ ସଂଖ୍ୟାରେ ଯୋଗ ଦେଇ ପ୍ରସାଦ ସେବନ କରିବା ସହ ବାବା ବିଶ୍ୱକର୍ମାଙ୍କର ଆଶିଷ ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.