ମାଲକାନଗିରି ,୬ା୮(ଓଡିଆ ପୁ୍ଅ) କରୋନା ମହାମାରି ସମୟରେ ହସପିଟାଲ ଗୁଡିକରେ ଅକ୍ସିଜେନ ର ଅଭାବକୁ ପରିଲିକ୍ଷିତ କରି ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗକୁ କରୋନା ମୁକାବିଲା ପାଇଁ ସହ ଯୋଗର ହାତ ବଢାଇଛନ୍ତି ,ମାଲକାନଗିରି ଓ କାଲିମେଳା ଠାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଇଆଇସି ବ୍ୟାଙ୍କ ପକ୍ଷରୁ ଜିଲ୍ଲାପାଳ ବୀଶାଲ ସିଂ ଓ ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲକୁମାର ନନ୍ଦ ଙ୍କ ଉପସ୍ଥିତିରେ ୬ଟି ଅକ୍ସେଜେନ କନସେନଟ୍ରେଟର ପ୍ରଦାନକରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇସିଆଇସିଆଇ ବ୍ୟାଙ୍କର ସୋମ୍ୟ ପଟନାୟକ,ପରେଶ ବେଗୁରାଇ ପ୍ରମୁଖ ଉପସ୍ଥିତ ଥିଲେ ।