Home Top News ଆଇପିଏଲ ଖେଳାଳିଙ୍କୁ କରୋନା : ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କୋଭିଡ ପଜିଟିଭ୍

ଆଇପିଏଲ ଖେଳାଳିଙ୍କୁ କରୋନା : ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କୋଭିଡ ପଜିଟିଭ୍

41

ନୂଆଦିଲ୍ଲୀ ୨୨-୯ (ଓଡ଼ିଆ ପୁଅ) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କରୋନା ପଜିଟିଭ୍ ବୋଲି ଜଣାପଡିଛି। ଆଜି ସନ୍ଧ୍ୟା ୭.୩୦ ରୁ ଦୁବାଇରେ ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ଆଇପିଏଲର ୩୩ ତମ ମ୍ୟାଚ୍ ଖେଳାଯିବ। ଉଭୟ ଦଳର ଖେଳାଳିଙ୍କ RT-PCR ପରୀକ୍ଷଣର ଫଳାଫଳ ଅଳ୍ପ ସମୟ ମଧ୍ୟରେ ଆସିବ, ଯାହା ପରେ ମ୍ୟାଚ୍ ଶେଷ ହେବା ପରେ ନିଷ୍ପତ୍ତି ନିଆଯିବ। ସନରାଇଜର୍ସ ହାଇଦ୍ରାବାଦର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଦଳର ଦ୍ରୁତ ବୋଲର ଟି ନଟରାଜନ RT- PCR ଟେଷ୍ଟରେ କରୋନା ପଜିଟିଭ ହୋଇଛନ୍ତି। ତାଙ୍କୁ ଦଳରୁ ବିଚ୍ଛିନ୍ନ କରାଯାଇଛି। ନଟରାଜନଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ହାଇଦ୍ରାବାଦର ୬ ଜଣ ସଦସ୍ୟଙ୍କୁ ମଧ୍ୟ ଅଲଗା ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.