ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ, ଭଦ୍ରକ ଓ ଶିଶୁ ସୁରକ୍ଷାୟୁନିଟ୍ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ଦିବସୀୟ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ୍ ଓ ପ୍ରତିପାଳନ ଯତ୍ନ ଶୀର୍ଷକ କର୍ମଶାଳା ଶିଶୁ ମଂଗଳ ସମିତିର ଅଧ୍ୟକ୍ଷ ଡ଼ା. ଦେବରାଜ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଡ଼େପୁଟି କଲେକ୍ଟର ତଥା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ କାର୍ତିକନାଥ ମଣ୍ଡଳ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସମ୍ମାନୀତ ଅତିଥି ରୂପେ ଡ଼ି.ଏସ୍.ପି ସତ୍ୟନନ୍ଦ, ଆମନ୍ତ୍ରିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ମଂଗଳ ଅଧିକାରିଣୀ ଉର୍ମିଳା ଗୋଚ୍ଛାୟତ, ସି.ଡ଼ି.ଏମ୍.ଓ. ଏସ୍.ଏସ୍.ବଳ, ପଣ୍ଡିତ ସଂଗ୍ରାମ ଆଚର୍ଯ୍ୟ, ଜିଲ୍ଲା ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାରମ୍ଭିକ ସୂଚନା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ପ୍ରଦାନ କରିଥିବା ବେଳେ ଶିଶୁ ସୁରକ୍ଷା ଅଧିକାରୀ କର୍ମଶାଳାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ବାଲ୍ୟ ବିବାହ ସଂଯୋଜକ ପ୍ରଦୋଷ ରାଉତ, ଫେଲୋସିପର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ମତ ରଖିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଆଇନସମ୍ମତ ଶିଶୁ ହିଁ ଗ୍ରହଣ ଯୋଗ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଓଇ.ଏସ୍.ପି. ଶ୍ରୀ ନନ୍ଦ ନିଜ ବକ୍ତବ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଆଇନ ଉପରେ ନିଜ ମତ ପ୍ରଦାନ କରିଥିଲେ । ବିଷୟ ବିଷାରଦ ରୂପେ ଅନୁଗୁଳର ଶିଶୁ ମଙ୍ଗଳ ସମିତି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ପ୍ରତିପାଳନ ଯତ୍ନ ପାଇଁ ପୋଷ୍ୟ ଗ୍ରହଣ ଦମ୍ପତି କିପରି ଆବେଦନ କରିପାରିବେ ଏବଂ ଅନଲାଇନ୍ ପଦ୍ଧତି ମାଧ୍ୟମରେ ସମ୍ଭାବ୍ୟ ପୋଷ୍ୟଗ୍ରାହୀ ଦମ୍ପତି ସହଜ ଓ ସରଳ ଉପାୟରେ ଆବେଦନ କରି ଆଇନସମ୍ମତି ଶିଶୁ ଟିଏ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ପାରିବେ । ଏହି କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସି.ଡ଼ି.ପି.ଓ., ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ମହିଳା ଓ ଶିଶୁ ଡେକ୍ସ କାର୍ଯ୍ୟରତ ପୋଲିସ୍ ବାହିନୀ, ସ୍ୱେଚ୍ଛାସେବୀ ସଂଗଠନ, ଶିଶୁ ସୁରକ୍ଷା ୟୁନିଟ୍ର ସୁରକ୍ଷା ଅଧିକାରିଣୀ ସ୍ୱାଗତିକା ବାରିକ୍, ଦମୟନ୍ତୀ ଦାଶ, ଧୀରଜ ବାରିକ୍, ମହେଶ ଚନ୍ଦ୍ର ଦାଶ, ସୁଦର୍ଶନ ବାତ୍ରା ସମେତ ଚାଇଲ୍ଡ ଲାଇନର ସଂଯୋଜିକା ଶୁଭଶ୍ରୀ ପଢ଼ିଆରି, ଚନ୍ଦ୍ରକାନ୍ତ ଗୋଚ୍ଛାୟତ, ଦିଗ୍ବିଜୟ ମହାନ୍ତି ଓ କର୍ମକର୍ତା ସମେତ ଶିଶୁ ଅନୁଷ୍ଠାନର ସସ୍ମିତା ନାୟକ, ନିବେଦିତା ଲେଙ୍କା, ସମ୍ବିତ ମହାନ୍ତି, ଧନଞ୍ଜୟ ଜେନା, ଜ୍ୟୋତି ପ୍ରକାଶ ପତି, ଦିଗନ୍ତ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।
Home ଜିଲ୍ଲା ପରିକ୍ରମା ଆଇନ ସମ୍ମତ ଶିଶୁ ହିଁ ପୋଷ୍ୟସନ୍ତାନ ପାଇଁ ଗ୍ରହଣଯୋଗ୍ୟ, ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ...