Home ଓଡ଼ିଶା ଆଇନ ଶୃଙ୍ଖଳା ସ୍ଥିତି ସଜାଡ଼ିବାକୁ ପ୍ରୟାସ ୩ ଜିଲ୍ଲାର ଇନ୍‌ସ୍ପେକ୍ଟର ସ୍ତରରେ ଅଦଳବଦଳ

ଆଇନ ଶୃଙ୍ଖଳା ସ୍ଥିତି ସଜାଡ଼ିବାକୁ ପ୍ରୟାସ ୩ ଜିଲ୍ଲାର ଇନ୍‌ସ୍ପେକ୍ଟର ସ୍ତରରେ ଅଦଳବଦଳ

88

ବାଲେଶ୍ୱର, ୧୦ା୭(ଓଡ଼ିଆ ପୁଅ/ଅଭୟ ଦାସ): କେବଳ ବାଲେଶ୍ୱର ନୁହେଁ ବରଂ ପୂର୍ବାଞ୍ଚଳ ଜୋନ୍ ଉତ୍ତର ଓଡ଼ିଶାର ୩ ଜିଲ୍ଲାରେ ଅଣଆୟତ୍ତ ଆଇନ୍ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଆଇଜି ଦୀପ୍ତେଶ ପଟ୍ଟନାୟକ ଆଜି ଇନ୍‌ସ୍ପେକ୍ଟର ସ୍ତରରେ ଅଦଳ ବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଟାଉନ୍ ଥାନାର ବିବାଦୀୟ ଆଇଆଇସି ସରୋଜିନୀ ନାୟକଙ୍କୁ ମୟୁରଭଂଜକୁ ଓ ଅଳ୍ପଦିନ ପୂର୍ବରୁ ସହଦେବଖୁଣ୍ଟା ଥାନାଧିକାରୀ ଭାବେ ଦାୟିତ୍ୱ ନେଇଥିବା କୃଷ୍ଣଚନ୍ଦ୍ର ପଲେଇଙ୍କୁ ଭଦ୍ରକ ଜିଲ୍ଲାକୁ ବଦଳି କରାଯାଇଛି। ସେହିଭଳି ଭଦ୍ରକରୁ ଆଲୋକ କୁମାର ଜେନା ଏବଂ ମଧୁମିତା ମହାନ୍ତିଙ୍କର ବାଲେଶ୍ୱରକୁ ଓ ମୀନା ବିନ୍ଧାଣୀଙ୍କର ମୟୁରଭଂଜକୁ ବଦଳି କରାଯାଇଛି। ତେବେ ବାଲେଶ୍ୱରକୁ ବଦଳି ହୋଇ ଆସିଥିବା ଆଲୋକ କୁମାର ଜେନା ଟାଉନଥାନା ଓ ମଧୁମିତା ମହାନ୍ତିଙ୍କୁ ସହଦେବଖୁଣ୍ଟା ଥାନାର ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ବାଲେଶ୍ୱର ଟାଉନ ଥାନାରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଦଲାଲ ରାଜକୁ ଦୃଷ୍ଟିରେ ରଖି ଏହି ଅଦଳ ବଦଳ କରାଯାଇଥିବା ଆଲୋଚନା ହେଉଛି। ବିଶେଷ କରି ଗତ ୧ ତାରିଖରେ ଲାଞ୍ଚ ଟଙ୍କା ନେବା ବେଳେ ଜନୈକ ଦଲାଲଙ୍କ ସମେତ ଟାଉନଥାନା ଏସଆଇ ବିମଲ ଚନ୍ଦ୍ର କର ଭିଜିଲାନ୍ସ ହାତରେ ଧରାପଡ଼ିବା ଏବଂ ଏହି ମାମଲାରେ ସମ୍ପୃକ୍ତ ଥାନାଧିକାରିଣୀ ସରୋଜିନୀ ନାୟକ ପ୍ରଥମେ ନିଖୋଜ ଓ ପରେ ଛୁଟିରେ ରହିବାକୁ ନେଇ ବିବାଦ ଦେଖାଦେଇଥିଲା। ପୁଲିସର ବେଆଇନ୍ କାର୍ଯ୍ୟଧାରା ଓ ବିଗୁଡ଼ିଥିବା ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ଏମିତିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ପକ୍ଷରୁ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ ସହ ଆନ୍ଦୋଳନର ଚେତାବନୀ ଦିଆଯାଇଥିଲା। ତେବେ ଏହି ଅଦଳବଦଳ ସ୍ଥିତି ସଜାଡ଼ିବାରେ ସହାୟକ ହେବ ବୋଲି ବିଭିନ୍ନ ମହଲରୁ ଆଶା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.