Home ଜିଲ୍ଲା ପରିକ୍ରମା ଆଇନ ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ

ଆଇନ ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ

98

ଯାଜପୁର୧୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆମ ସମ୍ୱିଧାନ ଆଇନ ଆଖିରେ ସମସ୍ତେ ସମାନ ବୋଲି ଧାର୍ଯ୍ୟ କରିଚ୍ଥି । ତେଣୁ ପ୍ରତ୍ୟେକ ସମ୍ୱିଧାନ ପ୍ରଣୟନ କରିଥିବା ନିତି ଓ ନିୟମ ଆଧାରରେ ଚଳିବା ଉଚିତ ବୋଲି ଜିଲ୍ଲା ଦୈାର ଜଜ୍ ବିରଞ୍ଚି ନାରାୟଣ ମିଶ୍ର ମତ ବ୍ୟକ୍ତ କରିଚ୍ଥନ୍ତି । ଜିଲ୍ଲା ସ୍କୁଲ ପରିସରରେ ଜିଲ୍ଳ୍ା ଆଇନ ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଦୈାରା ଜଜ୍ ଶ୍ରୀ ମିଶ୍ର ମାତୃ ଗର୍ଭର ଶିଶୁ ଠାରୁ ବୟସ୍କ ଲୋକ ପର୍ଯ୍ୟନ୍ତ ଆଇନ ସମସ୍ତଙ୍କ ପାଇଁ ରହିଚ୍ଥି ବୋଲି କହିଥିଲେ । ଆଇନ ସଂପର୍କରେ ଜାଣିବା ସମସ୍ତଙ୍କର ଦାୟିତ୍ୱ ଓ ଅଧିକାର । ଏବେ ଗରୀବ, ଅସହାୟ ମାନଙ୍କ ପାଇଁ ମଧ୍ୟ ବିନା ମୂଲ୍ୟରେ ଆଇନ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଚ୍ଥି । ତେଣୁ ଜଣେ ନିଜକୁ ଅସହାୟ ନ ମଣି ନିଜର ନ୍ୟାର୍ଯ୍ୟ ନ୍ୟାୟ ହାସଲ ପାଇଁ ସହାୟତା ନେବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପରିବାର ଅଦାଲତ ଜଜ୍ ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଦୈାରା ଜଜ୍ ପ୍ରଶାନ୍ତ କୁମାର ନାୟକ, ଚିପଂ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଜୀବନାନନ୍ଦ ପାଢୀ, ସିଭିଲ କୋର୍ଟ ରେଜିଷ୍ଟ୍ରାର ସୁଷମା ସ୍ୱାଇଁ , ଜୁନିୟର ଡିଭିଜନ ସିଭିଲ ଜଜ୍ ଦିବ୍ୟଜ୍ୟୋତି ମହାପାତ୍ର, ଜେ.ଏମ୍.ଏପଂ.ସି. ଜୁଏଲ ପଟ୍ଟନାୟକ, ତନ୍ନି ରଥ, ଦୀପାରାଣୀ ଜେନା, ଆଇନଜିବୀ ଅଖିଳ ମୋହନ ଦାଶ ପ୍ରମୁଖ ଆଇନ ବ୍ୟବସ୍ଥା, ସାଧାରଣ ଜନତାଙ୍କ ପାଇଁ ଥିବା ଆଇନରେ ବ୍ୟବସ୍ଥା, ନ୍ୟାୟ ସଂପର୍କରେ ସଚେତନତା ଓ ସମ୍ୱିଧାନର ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିବା ସହ ପିଲାମାନେ ପ୍ରାଥମିକ ସ୍ତରରେ ଆଇନ ସଂପର୍କରେ ଅବଗତ ହେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପ୍ରଦୀପ୍ତ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ଆଇନ ସେବା ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନ ପ୍ରାଧିକରଣର ସଦସ୍ୟ ହୃଷିକେଶ ପଣ୍ଡା, ଲୋକ ସଂପର୍କ ଅଧିକାରୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ସ୍କୁଲର ଶିକ୍ଷୟତ୍ରୀ ନିଳାମ୍ୱରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.