Home ଜିଲ୍ଲା ପରିକ୍ରମା ଆଇନ କାନୁନ କୁ ଫୁ କରି ରାସ୍ତା କଡରେ କଟା ଚାଲିଛି କୁକୁଡ଼ା, ଛେଳି, ସମାଜ...

ଆଇନ କାନୁନ କୁ ଫୁ କରି ରାସ୍ତା କଡରେ କଟା ଚାଲିଛି କୁକୁଡ଼ା, ଛେଳି, ସମାଜ ଓ ପରିବେଶ ଉପରେ ପଡୁଛି କୁ ପ୍ରଭାବ!

26

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡ଼ି ଛକ ଠାରୁ ଆରଡ଼ି ଯାଏଁ ବିଭିନ୍ନ ଅଂଚଳରେ ଦୃଶ୍ୟମାନ ଭାବରେ ଚିକେନ ଓ ମଟନ୍ ବ୍ୟବସାୟ ପାଇଁ ରାସ୍ତା କଡ ରେ କୁକୁଡ଼ା ଓ ଛେଳି ମରାଯାଉଛି। କିଛି ମିଟର ଦୂରତା ମଧ୍ୟରେ ଗୋଟିଏ ଗୋଟିଏ ମଟନ୍ କି ଚିକେନ ଶପ ଦେଖାଯାଉଛି। ଧାଡ଼ି କୁ ଧାଡ଼ି ଲାଗି ରାସ୍ତାର ଦୁଇ ପାର୍ଶ୍ୱରେ ଖୋଲିଛି ଦୋକାନ ଯାହା ଲମ୍ବିଛି ଆରଡିଛକ, ସାତଭଉଣି , ଅର୍ଣ୍ଣପାଳ, ଆନନ୍ଦ ବଜାର, ମଙ୍ଗଳପୁର, ଅସୁରାଳି , କୋଠାର, ଧୁଷୁରି , ବେତାଳୀ ଗାଁ ପର୍ଯ୍ୟନ୍ତ।ଏହି ଅବସ୍ଥା ଉପୁଜୁଚି ଅନିୟନ୍ତ୍ରିତ ପଶୁ ହତ୍ୟା, ପ୍ରଶାସନ ଦୃଷ୍ଟି ର ଅଭାବ ଯୋଗୁଁ! ରାସ୍ତା କଡ ରେ କୁକୁଡ଼ା ଛେଳି ମରା ଯାଉଥିବାରୁ ଦୂର୍ଗନ୍ଧ ଓ ଦୂଷିତ ବାତାବରଣ ସୃଷ୍ଟି କରୁଚି। ମୃତ ପଶୁ ଦେହ ରୁ ବିକ୍ରିତ ଦୂର୍ଗନ୍ଧ ଦେଖିବାକୁ ମିଳୁଛି, ଯାହା ରାସ୍ତା ରେ ଚାଲିବା ସମୟରେ ସାଧାରଣ ଜନତା ଓ ଛାତ୍ର ଛାତ୍ରୀ ମାନଙ୍କୁ ଅସୁବିଧା ସୃଷ୍ଟି କରୁଛି। ପୁଣି ଦୂର୍ଗନ୍ଧ, ଫ୍ଲାଇ ବ୍ରିଡିଂ, ଓ ଜୀବାଣୁ ପ୍ରସାରଣ ଦ୍ୱାରା ସାଧାରଣ ଲୋକମାନେ ଏବଂ ବିଶେଷତଃ ଛାତ୍ରଛାତ୍ରୀ ମଧ୍ୟରେ ରୋଗ ହେବାର ସମ୍ଭାବ୍ୟତା କୁ ଆଡେଇ ଦିଆ ଯାଇ ପାରିବ ନାହିଁ। ପୁଣି ଏହି ଦୃଶ୍ୟ ଛୋଟ ଛୋଟ ଶିଶୁ ଓ ଶିକ୍ଷାର୍ଥୀ ମାନଙ୍କ ପାଇଁ ଭୟଭୀତ, ଅସ୍ଥିରତା ଓ ମାନସିକ ଅସୁସ୍ଥତାର ହେତୁ ହେଉଛି। ଏହାଛଡା ବହୁ ଆଇନ ମଧ୍ୟ ଉଲଂଘନ ହେଉଚି(୧) ପ୍ରିଭନ୍ସଂନ ଅଫ୍ କ୍ରୁଏଲ୍ଟୀ ଟୁ ଆନିମାଲ୍ସ ଆକ୍ଟ ୧୯୬୦ – ଅନାବଶ୍ୟକ ଯନ୍ତ୍ରଣା ଓ ଅସମ୍ମାନଜନକ ହତ୍ୟା(୨)ଏନଭେୟାରୋମେଣ୍ଟ ପ୍ରୋଟେକ୍ସନ୍ ଆକ୍ଟ୍ ୧୯୮୬ – ପରିବେଶ ଦୂଷଣ(୩) ମୁନ୍ସିପଲ୍ ସଲିଡ ୱେଷ୍ଟ ରୁଲ୍ସ ୨୦୧୬ – ବ୍ୟବସ୍ଥିତ ତରଳ ବା ଜୀବ ଆବଶିଷ୍ଟର ନିଷ୍ପାଦନ ଅନୁପସ୍ଥିତି(୪)ଆଇ ପି ସି ସେକ୍ସନ ୨୬୯/୨୭୦ – ଅସୁସ୍ଥତା ଫେଲାଇବା ବା ଅନ୍ୟମାନଙ୍କୁ ବିପଦରେ ରଖିବା ଆଦି କୁ ଉଲଙ୍ଘନ କରାଯାଉଛି। ମନ୍ଦିର, ଶିକ୍ଷା କେନ୍ଦ୍ର ଆଦି ଠାରୁ ଏହା ଯଥେଷ୍ଟ ଦୂରତା ରହିବା ଆବଶ୍ୟକ କିନ୍ତୁ ଆଇନ କାନୁନ କୁ ଫୁ କରି ଛତୁ ଫୁଟିବା ପରି ଚିକେନ ମଟନ୍ ଶପ୍ ଦେଖିବାକୁ ମିଳୁଛି। ପ୍ରାୟ ୪୫ ଟି ଭଳି ଶପ୍‌ଆରଡ଼ି ଠୁ ଆରଡ଼ି ଛକ ଯାଏଁ ଲମ୍ବିଛି। ଏହାର ପ୍ରତିବାଦ ସ୍ଥାନୀୟ ବୁଦ୍ଧିଜୀବୀ କରୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହା ପ୍ରତିକାର ସ୍ୱରୂପ ପାଇଁ ନିୟମିତ ଟ୍ରେନିଂ ସହ ପଶୁ ହତ୍ୟା ନିୟମ ପାଳନ ,ମୃତ ପଶୁ ଦେହକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କ୍ରିୟ କରଣ,ସଚେତନତା କାର୍ଯ୍ୟକ୍ରମ ତଥା ଚିକେନ/ମଟନ୍ ବ୍ୟବସାୟୀ ଓ ଜନସାଧାରଣ ମଧ୍ୟରେ ସ୍ୱାସ୍ଥ୍ୟ, ପରିବେଶ, ଆଇନ ବିଷୟରେ ଅବଗତି ଓ ପ୍ରଶାସନ ଦ୍ୱାରା ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ଅନୁପଯୁକ୍ତ ବ୍ୟବହାର କରୁଥିବା ବ୍ୟବସାୟୀ ବିରୁଦ୍ଧରେ ଜରିମାନା ପାଇଁ ସାଧାରଣ ଜନତା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.