Home ଜିଲ୍ଲା ପରିକ୍ରମା ଆଇନ୍‌ଜୀବୀ ବସନ୍ତ ସ୍ୱାଇଁଙ୍କ ପରଲୋକରେ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ଶୋକ

ଆଇନ୍‌ଜୀବୀ ବସନ୍ତ ସ୍ୱାଇଁଙ୍କ ପରଲୋକରେ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ଶୋକ

23

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ବସନ୍ତ କୁମାର ସ୍ୱାଇଁଙ୍କ ପରଲୋକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବାବେଳେ ଅଧ୍ୟକ୍ଷ ଶ୍ରୀ ରାୟ ଆଇନ୍‌ଜୀବୀ ସ୍ୱର୍ଗତଃ ସ୍ୱାଇଁଙ୍କର ବହୁମୁଖୀ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ସ୍ୱାଇଁ ଆଇନ୍ ମହାବିଦ୍ୟାଳୟରେ ଦୀର୍ଘ ୧୫/୨୦ ବର୍ଷ ଧରି ଅଧ୍ୟାପନା କରିଆସୁଥିଲେ । ସେ ଜଣେ କର୍ତ୍ତବ୍ୟ ପରାୟଣ, ସରଳ, ମେଳାପି ଓ ନିଷ୍ଠାପର ବ୍ୟକ୍ତିତ୍ୱ ଥିଲେ । ଆଇନ୍ ବିଷୟରେ ତାଙ୍କର ଗଭୀର ଜ୍ଞାନ ବିଶେଷକରି ତାଙ୍କର ଛାତ୍ରଛାତ୍ରୀ ତଥା ସମସ୍ତଙ୍କୁ ଆକୃଷ୍ଠ କରିଥିଲା । ସେ ଭଦ୍ରକ ବାର୍‌୍‌ରେ ଉପସଭାପତି ପଦ ଅଳଂକୃତ କରିତବଲେ । ଏହି ଶୋକସଭାରେ ଆଇନ୍ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିବାବେଳେ ସ୍ୱର୍ଗତଃ ସ୍ୱାଇଁଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ମହାବିଦ୍ୟାଳୟ ପକ୍ଷରୁ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.