Home ଜିଲ୍ଲା ପରିକ୍ରମା ଆଇନ୍‌ଜୀବୀ କ୍ଷୀରୋଦ ସେନାପତିଙ୍କ ଦେହାନ୍ତ

ଆଇନ୍‌ଜୀବୀ କ୍ଷୀରୋଦ ସେନାପତିଙ୍କ ଦେହାନ୍ତ

18

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ମଧ୍ୟରାତ୍ରିରେ ହୃଦଘାତରେ ଆଇନ୍‌ଜୀବୀ କ୍ଷୀରୋଦ ସେନାପତି (୫୬) ଙ୍କର ଆରଡିଛକ ବାସଭବନରେ ଦେହାନ୍ତ ହୋଇଯାଇଛି। ନିଜର ଜ୍ୟେଷ୍ଠ ପୁତ୍ର ଦିଲ୍ଲୀରେ ଚାକିରୀ କରିଥିବାରୁ ଗତକାଲି ସେ ସପତ୍ନୀକ ତା ପାଖରୁ ଯାଇ ଫେରିଥିଲେ। ୧୯୬୫ ମସିହାରେ ତିହିଡି ଥାନା ଦୋଳସାହି ରାଢଙ୍ଗ ଗ୍ରାମର ଜନ୍ମିତ ଆଇନ୍‌ଜୀବୀ ୰ ସେନାପତି ଦୋଳସାହି ହାଇସ୍କୁଲରୁ ପାସ୍ ହେବା ପରେ ୧୯୯୦ ମସିହାରେ ଭଦ୍ରକ କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରି ବାଲେଶ୍ୱର ବିର୍ଲା ଟାୟାରରେ ଚାକିରୀ କରିଥିଲେ ଓ ନିଜର ଆଇନ୍ ଡିଗ୍ରୀ ସେହି ବାଲେଶ୍ୱର ଲ’ କଲେଜରୁ ସମାପ୍ତି କରିଥିଲେ। ବିର୍ଲା ଟାୟାରରେ ଶ୍ରମିକ ଅଶାନ୍ତି ଯୋଗୁଁ କାରଖାନା କିଛିଦିନ ହେବ ବନ୍ଦ ରହିବାରୁ ସେ ବାଲେଶ୍ୱର ଜିଲା ଜଜ୍ କୋର୍ଟରେ ସୁନାମଧନ୍ୟ ବରିଷ୍ଠ ଅଧିବକ୍ତା ୰ ନିରଞ୍ଜନ ପଣ୍ଡାଙ୍କ ଅଧୀନରେ ଆଇନ୍ ବ୍ୟବସାୟରେ ଯୋଗ ଦେଇଥିଲେ। ପରେ ଗତ ୨୦୧୬ ମସିହାରେ ଭଦ୍ରକ ଜିଲା ଜଜ୍ କୋର୍ଟରେ ଓକିଲାତି କରି ଅଦ୍ୟାବଧି ନିଜକୁ ଆଇନ୍ ବ୍ୟବସାୟରେ ନିୟୋଜିତ କରି ଆସିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଭଦ୍ରକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ନଳାଙ୍ଗ କୋର୍ଟ ପରିସରକୁ ନିଆଯିବା ପରେ ଭଦ୍ରକ ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ, ଅତିରିକ୍ତ ଜିଲା ଜଜ୍ ଆଶିଷ କୁମାର ତ୍ରିପାଠୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସଂଗୀତା ପାଣି ଓ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ପୁଷ୍ପଗୁଚ୍ଛ ଦେଇ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଇନ୍‌ଜୀବୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରାରେ କୋର୍ଟ ପରିସର ପରିକ୍ରମା କରାଯିବା ପରେ ଆଇନ୍‌ଜୀବୀମାନଙ୍କ ଦ୍ୱାରା ନୀରବ ପ୍ରାର୍ଥନା କରାଯିବା ସହ ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା। ଭଦ୍ରକ ବାର୍ ଆସୋସିଏସନ୍‌ର ସଭାପତି ଦିଲ୍ଲୀପ ମହାପାତ୍ର, ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, କରୁଣାକର ଦାସ, ଦିବ୍ୟସିଂହ ନାୟକ, ବିଜନ ଜେନା, ବିନୟ କୁମାର ସ୍ୱାଇଁ, ଗଦାଧର ବଳ, ନିକୁଞ୍ଜ ପୁହାଣ, ବିଶ୍ୱନାଥ ରାଉତ, ଧୀରେନ୍ଦ୍ର ରାୟ, ପଙ୍କଜ ପରିଡା, ଜିତେନ୍ଦ୍ର ପଣ୍ଡା ଓ ଶତାଧିକ ଅଧିବକ୍ତା ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିରେ। ପରେ ୰ ସେନାପତିଙ୍କ ମର ଶରୀରକୁ ଦାହ କରାଯିବା ପାଇଁ ପୁରୀ ସ୍ୱର୍ଗଧାରକୁ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.