Home ଜିଲ୍ଲା ପରିକ୍ରମା ଆଇନକୁ ହାତକୁ ନେଲେ, ପୋଲିସକୁ ଆକ୍ରମଣ କଲେ,ବିଜେପି ନେତାଙ୍କ ଆକ୍ରମଣରେ ପୋଲିସ ଆହତ

ଆଇନକୁ ହାତକୁ ନେଲେ, ପୋଲିସକୁ ଆକ୍ରମଣ କଲେ,ବିଜେପି ନେତାଙ୍କ ଆକ୍ରମଣରେ ପୋଲିସ ଆହତ

3

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଧାମନଗରରେ ଦୁଇ ବିଜେପି ନେତା ମୁହାଁମୁହିଁ ହେବା ଏବଂ ପୋଲିସକୁ ଆକ୍ରମଣ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖାଲି ଏତିକି ନୁହେଁ ଜଣେ ଆକ୍ରମଣରେ ଜଣେ ପୋଲିସ ଆହତ ହେବା ସହ ନିଜେ ପୋଲିସ ଅଧିକାରୀ ବିଜେପି ନେତାଙ୍କ ବିରୋଧରେ ଏତଲା ମଧ୍ୟ ଦେଇଛି। ଆଉ ପୋଲିସ ରୁଜୁ କରିଥିବା ମାମଲାରେ ମୁଖ୍ୟ ଅପରାଧୀ ଅଛନ୍ତି ମନ୍ତ୍ରୀଙ୍କ ଏନଏସି ପ୍ରତିନିଧି। ଘଟଣା ଗତ ୨୪ ତାରିଖରେ ଶ୍ୟାମପୁର ହନୁମାନ ଛକରେ ବନ୍ଧନ ବ୍ୟାଙ୍କ ଛକର ଘଟଣା। ପୋଲିସ ରୁଜୁ କରୁଥିବା ମାମଲା ଅନୁଯାୟୀ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପୋଲିସର ପେଟ୍ରୋଲିଂ ଗାଡି ପହଂଚିବା ପରେ ଦେଖିଲା ବିଜେପି ନେତା ବୀରେନ୍ଦ୍ର ଜେନାଙ୍କ ଘର ଆଗରେ ସୁଶନ ମହାପାତ୍ରଙ୍କ ସହ ତାଙ୍କ ଦୁଇ ପୁଅ ଏବଂ ୧୫ ରୁ ଅଧିକ ଜଣ ମାରଣାସ୍ତ୍ର ଧରି ଜଗି ରହିଥିଲେ। ବୀରେନ୍ଦ୍ର ଜେନାଙ୍କ ଘରକୁ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ। ପୋଲିସ ପହଂଚି ତାଙ୍କୁ ଘଉଡ଼ାଇ ବାକୁ ଉଦ୍ୟମ କରିବାରୁ ଶୁସନ ମହାପାତ୍ର ଏବଂ ତାଙ୍କ ସମର୍ଥକ କାର୍ଯ୍ୟରେ ଥିବା ପୋଲିସ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଯେଉଁଥିରେ ଅଜିତ କୁମାର ନାୟକ ନାମକ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ୧୦୦ ମିଟର ଯାଏଁ ପୋଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ଶୁସନ ମହାପାତ୍ରଙ୍କ ସମର୍ଥକ। ଏନେଇ ମନ୍ତ୍ରୀଙ୍କ ପ୍ରତିନିଧି ଶୁସନ ମହାପାତ୍ର ଙ୍କ ସହ ୧୨ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ। ସେମାନଙ୍କ ନାମରେ ଲାଗିଛି ହତ୍ୟା ଉଦ୍ୟମ ସହ ୧୨ ଟି ଦଫା। ଏବେ ଦେଖିବାକୁ ବାକି ରହିଲା ପୋଲିସ ସେମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.