Home କେନ୍ଦୁଝର ଆଇଆଇଟିରେ ନବୋଦୟ ଛାତ୍ରଙ୍କ ସଫଳତା

ଆଇଆଇଟିରେ ନବୋଦୟ ଛାତ୍ରଙ୍କ ସଫଳତା

43

ହାଟଡ଼ିହି, ୩୦ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ଅନିରୁଦ୍ଦ ମିଶ୍ର ଓ ନିରୁପମା ମିଶ୍ରଙ୍କ ପୁଅ ଆଶୁତୋଷ ମିଶ୍ର ଆଇଆଇଟିରେ ସଫଳତା ହାସଲ କରିଛନ୍ତି । ସେ ହଦଗଡ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ପରବର୍ତ୍ତୀ ସମୟରେ ସେ ସିଲେକ୍ସନ ହୋଇ ପଣ୍ଡିଚେରୀ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଗତ ଜେଇଇ ଏଣ୍ଟ୍ରାନସ ପରୀକ୍ଷାରେ ସଫଳତା ପାଇବାସହ ସର୍ବଭାରତୀୟ ସ୍ଥରରେ ୫୬୦୦ର‌୍ୟାଙ୍କରେ ରହି ସଫଳତା ହାସଲ କରିଛନ୍ତି । ସେ ଜଣେ ମେଧାବୀ ଛାତ୍ରଭାବେ ଜଣାଶୁଣା । ତାଙ୍କୁ ଏପରି ସଫଳତା ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଶୁଭେଚ୍ଛା ଜଣାଇବା ସହିତ ଓ ତାଙ୍କର ଉତ୍ତୋରତର ସଫଳତା କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.