Home ଓଡ଼ିଶା ଆଇଆଇଏମ-ସମ୍ବଲପରୁରେ କନକ୍ଲେଭ ମର୍ମଜ୍ଞ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରର ବିଶିଷ୍ଟ ବିଶାରଦଙ୍କ ଯୋଗଦେଲେ

ଆଇଆଇଏମ-ସମ୍ବଲପରୁରେ କନକ୍ଲେଭ ମର୍ମଜ୍ଞ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରର ବିଶିଷ୍ଟ ବିଶାରଦଙ୍କ ଯୋଗଦେଲେ

110

ସମ୍ବଲପୁର ୨୭ା୯ (ଓଡିଆ ପୁଅ) ବୁର୍ଲାଠାରେଥିବା ଭାରତୀୟ ପ୍ରବଂଧନ ସଂସ୍ତାନ- ଆଇଆଇଏମ ଆନୁକୂଲ୍ୟରେ ବାଣିଜ୍ୟିକ କନକ୍ଲେଭ ମର୍ମଜ୍ଞ-୨୦୧୯ ଆଜି ଉଦଘାଟିତ ହୋଇଛି। ଡ଼ିଜିଟାଲ ଅଥୀନିତିକ୍ଷେତ୍ରରେ ପ୍ରତିବଂଧକର ପରିଚାଳନା ଶୀର୍ଷକ ଏହି ଦୁଇ ଦିବସୀୟ କନକ୍ଲେଭରେ ଦେଶର ବହୁ ଖ୍ୟାତନାମା ପ୍ରବଂଧକ ଅଂଶ ଗ୍ରହଣ କରିଛନ୍ତି। ଏହାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳପତି ଡ଼. ଦୀପକ କୁମାର ବେହେରା ଏବଂ ମହାନଦୀ କୋଇଲା କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି ଏନ ଶୁକ୍ଲା ଅତିଥି ରୁପେ ଯୋଗଦେଇ ଉଦଘାଟନ କରିଥିଲେ। ଆଇଆଇଏମର ନିର୍ଦ୍ଦେଶକ ଡ଼. ମହାଦେବ ପ୍ରସାଦ ଜୟଶ୍ୱାଲ ଉଦଘାଟନୀ ସଭାରେ ଅଧ୍ୟକ୍ଷତା କରିଥିଲେ। ସଂସ୍ତାନର ପ୍ର. ଡ଼. ଦୀପ୍ତି ରଞନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଗତାନୁଗତିକ ଅଧ୍ୟୟନ ସହିତ ବାଣିଜ୍ୟ ଏବଂ ଶିଳ୍ପ ପରିଚାଳନା କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ଓ ଆହ୍ୱାନର ମୁକାବିଲା ପାଇଁ ସମୟୋପଯୋଗୀ ଜ୍ଞାନର ଆବଶ୍ୟକତା ଉପରେ ବକ୍ତା ମାନେ ସେମାନଙ୍କ ମତ ରଖିଥିଲେ। ଡ଼ିଜିଟାଲ ଅର୍ଥନିତିରେ ଭାରତର କ୍ରମବର୍ଦ୍ଦିଷ୍ନୁ ଉପସ୍ତିତି ସମୟରେ ବ୍ୟବସାୟୀକ ରୂପରେଖରେ ପରିବର୍ତ୍ତନ ପ୍ରସଂଗ, ଚୁକ୍ତିଆଧାରିତ ନିୟୋଜନ ଅର୍ଥନୀତିରେ ଆହ୍ୱାନ ଏବଂ ସୁବିଧା, ଫିନଟେକ ଅଭିବୃଦ୍ଦି ଏବଂ ଡିଜିଟାଲାଇଜେସନ ସମୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମାର୍କେଟିଂ(ବିପଣନ) ଜ୍ଞାନ କୈାଶଳ ଆଦି ବିଷୟରେ ଏହି କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଗୋଟିଏ ପ୍ଲାଟଫର୍ମରେ ବ୍ୟବସାୟ ପ୍ରବଂଧନ କ୍ଷେତ୍ରରେ ପାରଦର୍ଶୀତା ହାସଲ କରିଥିବା ଅଭିଜ୍ଞ ବ୍ୟକ୍ତିତ୍ୱ ମାନଙ୍କ ସହିତ ବାର୍ତ୍ତାଳାପ, କୈାଶଳ ଓ ବାଣିଜ୍ୟିକ ପରିଚାଳନାର ବିଭିନ୍ନ ଦିଗ ବାବଦରେ ଛାତ୍ରଛାତ୍ରୀ ମାନେ ସୁଯୋଗ ହାସଲ କରି ଅଂଶଗ୍ରହଣ କରିଛନ୍ତି। ବିଶେଷକରି ପ୍ରତିଦ୍ୱନ୍ଦୀତା ଆଧାରୀତ ବ୍ୟବସାୟୀକ ପରିବେଶରେ ତାଳଦେଇ ଅର୍ଥନୀତିକୁ ଗତିଦେବାର କୈାଶଳ ସମ୍ପର୍କରେ ପେନାଲ ଆଲୋଚନା କରାଯାଇଥିଲା। ଏଥପାଇଁ ନୂଆ ନୂଆ ଉପାୟର ପ୍ରୟୋଗ, ରଣନୀତି ନିର୍ଦ୍ଦାରଣ, ଉକ୍ରୃଷ୍ଟ ନେତୃତ୍ୱର ଆବଶ୍ୟକତା ଉପରେ ମଧ୍ୟ ବକ୍ତାମାନେ ନିବଂଧ ଉପସ୍ତାପନ କରିଥିଲେ। ପ୍ରତିକୂଳ ସ୍ତିତିରେ ମାର୍କେଟିଂ ଜ୍ଞାନ କୈାଶଳ ଉପଯୋଗ, ଯେମେସିନ ସହିତ ମଣିଷ ବନାମ ମେସିନ, କୈାଣସି ଧରଣର ପ୍ରବଂଧନରେ ଉନ୍ମେଷ ଓ ଜ୍ଞାନର ବ୍ୟବହାରିକତା ଉପରେ ଛାତ୍ରଛାତ୍ରୀମାନେ ଅଭିଜ୍ଞ ପେନାଲିଷ୍ଟମାନଙ୍କୁ ଉତ୍ସୁକତାର ସହିତ ପ୍ରଶ୍ନ ପଚାରିଥିଲେ।ସିଆଇଜିଏନଇଏକ୍ସର ଉପାଧ୍ୟକ୍ଷ ଅଙ୍କିତା ସିଂ, ପେନ୍ନା ସିମେଂଟର ମାନବ ସମ୍ବଳ ବିଭାଗର ମୁଖ୍ୟ ସଚିନ ମାଥୁର, ସିୟାରାମ ମିଲ୍ସର ଏଚଆର ମୁଖ୍ୟ ସୁଶିଳ ତ୍ରିପାଠୀ, ବିନୟ ତ୍ରିବେଦୀ, ଟାଟା ଷ୍ଟିଲର ପୂର୍ବତନ ସିଏଚଆରଏମ ପ୍ର. ପାର୍ଥସାରଥୀ ମିଶ୍ର, ଜେଏଲଏଲର ଦକ୍ଷିଣ ଏସୀୟ ନିର୍ବାହୀ ନିର୍ଦ୍ଦେଶକ ଅଭୟ କୁମାର, ସେୟାର ଖାନର ଉପାଧ୍ୟକ୍ଷ ଗୈାରବ ଶିତକ, ଶାଲିମାରର ଉପାଧ୍ୟକ୍ଷ(ମାର୍କେଟିଂ) ମିନାଲ ଶ୍ରୀବାସ୍ତବ, ଜିଓଟିଟିଏସର ସିଇଓ ବିକ୍ରମ ଶୁବୁରାଜ, ସମ୍ବଲପୁର ଆଇଆଇଏମର ପ୍ର. ବାଲାମୁରୁଗନଆନାମଲାଇ, ପ୍ର. ଅତ୍ରି ସେନଗୁପ୍ତ, ଇନଫୋସିସର ବ୍ୟବସାୟୀକ ମୁଖ୍ୟ ନିଶିତ କୁମାର ଶାହ, ଇଂଡ଼ିଫିର ଉପାଧ୍ୟକ୍ଷ ଅବିନାଶ ପରହି, ବାର୍କଲେର ବରିଷ୍ଟ ଉପାଧ୍ୟକ୍ଷ ସତ୍ୟ ଶଙ୍କର ମହାପାତ୍ର, ଆକ୍ୟୁଭିଆର ନିର୍ଦ୍ଦେଶକ(ମାନବ ସମ୍ବଳ) ୟାମିନୀ କ୍ରିଷ୍ନନ, ରାଜଗୋପାଳ ସିିଭିଲିମେନ୍ଦୁ, ଏକ୍ସସେନଚରର ସମୀର ମାଥୁର, ଆଇଟିସି ଫିନଟେକର ସୈାମ୍ୟ ନନ୍ଦି, ଟାଇଟାନ ଲିମିଟେଡ଼ର ଇନୋଭେସନ ବିଭାଗର ମୁଖ୍ୟ ସୁମନ୍ତ ସୁଦ, ସିମେନହେଲ୍ଥ କେୟାରର  ଉପାଧ୍ୟକ୍ଷ ରଘୁ ଚନ୍ଦ୍ରଶେଖର, ଷ୍ଟାରଲିଂଗର ବରିଷ୍ଟ ଉପାଧ୍ୟକ୍ଷ ସଞୟ ଚାଂଡ଼େଲ ପ୍ରମୁଖ ସମ୍ମନୀତ ବକ୍ତା ରୂପେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସଂସ୍ତାନର ନିର୍ଦ୍ଦେଶକ ଡ଼. ଜୟଶ୍ୱାଲ ସମ୍ବର୍ଦ୍ଦିତ କରିଥିଲେ। ଆଇଆଇଏମ-ସମ୍ବଲପୁରର ଜ୍ୟୋତିବିହାର କେମ୍ପସ ଠାରେ ଦ୍ୱତୀୟ ବର୍ଷ ଏହିପରି କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.