Home ଜିଲ୍ଲା ପରିକ୍ରମା ଅହିଂସା ରଥର କାକଟପୁର, ଅସ୍ତରଙ୍ଗ ଓ ଗୋପ ବ୍ଲକ ର ବିଭିନ୍ନ ଅଚଂଳ ପରିକ୍ରମଣ

ଅହିଂସା ରଥର କାକଟପୁର, ଅସ୍ତରଙ୍ଗ ଓ ଗୋପ ବ୍ଲକ ର ବିଭିନ୍ନ ଅଚଂଳ ପରିକ୍ରମଣ

52

ପୁରୀ ୧୭/୮ (ଓଡ଼ିଆ ପୁଅ) ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଅହିଂସା ରଥ ଆଜି କାକଟପୁର, ଅସ୍ତରଙ୍ଗ ଓ ଗୋପ ବ୍ଲକ ର ବିଭିନ୍ନ ଅଚଂଳ ପରିକ୍ରମା କରିବା ସହ ବିଶାଳ ଭିଡିଓ ୱ।ଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରଦର୍ଶନ କରିଥିଲା। ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ, ଆଦର୍ଶ ଉପରେ ଆଧାରିତ ସୁନ୍ଦର ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯାଉଛି। ଗତକାଲି ନିମାପଡା ବ୍ଲକ ଓ ନିମାପଡା ଏନ ଏ ସି ର ବିଭିନ୍ନ ଅଚଂଳ ପରିକ୍ରମା କରିବା ପରେ ଅହିଂସା ରଥ କାକଟପୁରରେ ଅବସ୍ଥାନ କରିଥିଲା। ଆଜି ପୂର୍ବାହ୍ନରେ କାକଟପୁର ବ୍ଲକ ର ବିଶ୍ୱାମିତ୍ର ଆଶ୍ରମ, ମା ମଗଂଳା ମନ୍ଦିର ଗେଟ କାକଟପୁର ହାଇସ୍କୁଲ ଓ ପରେ ମୂଳାଗଡ଼ ନିକଟରେ ରଥକୁ ସ୍ୱାଗତ ସହ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ଅସ୍ତରଙ୍ଗ ବ୍ଲକ ର ଲବଣ ସତ୍ୟାଗ୍ରହ ର ଐତିହାସିକ ପୀଠ କୁହୁଡି ଠାରେ ରଥକୁ ବିପୁଳ ସମ୍ବର୍ଦ୍ଧନା ସହ ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ସେହିପରି ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟ, ଅସ୍ତରଙ୍ଗ ପଚାଂୟତ ଅଫିସ, ନଈଗୁଆଁ ଠାରେ ମଧ ଭବ୍ୟ ସ୍ୱାଗତ ସହ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ ନାୟକ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, କାକଟପୁର ବିଡ଼ିଓ ଶ୍ରୀ ତୁଷାର ଜ୍ଜ୍ୟୋତି ରଞନ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଗୋପ ବ୍ଲକ ପକ୍ଷରୁ ଜଗଂଲବୋରି ପଚାଂୟତ କାର୍ଯ୍ୟାଳୟ ଠାରେ ରଥକୁ ସ୍ୱାଗତ କରାଯାଇ ଏକ ବିଶାଳ ଶୋଭାଯାତ୍ରାରେ ନୂଆହାଟ ଉଚ୍ଚ ବିଦ୍ୟାଳୟ କୁ ଅଣାଯାଇ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ପରେ ବଉଳାଙ୍ଗ ଓ ଏରବଙ୍ଗ ଠାରେ ରଥ ପହଞ୍ଚି ଭିଡ଼ିଓ ଶୋ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମ ରେ ସଂଗ୍ରାମୀ ମାନଙ୍କ ସ୍ମୃତି କୁ ପ୍ରଦର୍ଶନ କରିଥିଲା। ଗୋପ ବିଡ଼ିଓ ଦୀପ୍ତି ରାଣୀ ଦାସ, ଲୋକ ପ୍ରତିନିଧି ଓ କର୍ମଚାରୀ ମାନେ ରଥ ପରିକ୍ରମାରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପରିଚାଳନା କରି ଥିଲେ। ପ୍ରତ୍ୟେକ ସ୍ଥାନରେ ସାଧାରଣ ଜନତା ହାତରେ ତ୍ରୀରଙ୍ଗା ପତାକା ଧରି ରଥକୁ ବିପୁଳ ସ୍ୱାଗତ କରିଥିଲେ। ଛାତ୍ର ଛାତ୍ରୀ ମାନେ ଉତ୍ସାହ ର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.