Home ଜିଲ୍ଲା ପରିକ୍ରମା ‘ଅସ୍ମିତା ଖେଲୋ ଇଣ୍ଡିଆ ତାଇକୋଣ୍ଡୋ ଲିଗ୍‌’ ପ୍ରତିଯୋଗିତା ଉଦଘାଟିତ

‘ଅସ୍ମିତା ଖେଲୋ ଇଣ୍ଡିଆ ତାଇକୋଣ୍ଡୋ ଲିଗ୍‌’ ପ୍ରତିଯୋଗିତା ଉଦଘାଟିତ

5

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଗୁରାଇସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଆନ୍ତଜିଲ୍ଲା ସ୍ତରୀୟ “ଅସ୍ମିତା ଖେଲୋ ଇଣ୍ଡିଆ ତାଇକୋଣ୍ଡୋ ଲିଗ୍‌’ ପ୍ରତିଯୋଗିତାର ଉଦଘାଟନ ସମାରୋହରେ ସାମିଲ ହୋଇ ଶିଶୁ ଓ ଯୁବ ତାରକା ମାନଙ୍କ ଉତ୍ସାହ,ଆତ୍ମବିଶ୍ୱାସ ଓ ଶୃଙ୍ଖଳାକୁ ଦେଖି ଗର୍ବିତ ଅନୁଭୂତ କଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଏହି ପ୍ରତିଯୋଗିତା କେବଳ ଏକ କ୍ରୀଡ଼ା ଆୟୋଜନ ନୁହେଁ ବରଂ ଏହା ହେଉଛି ଆଜିର ଯୁବ ଭାରତର ଅଦମ୍ୟ ପ୍ରତିଭା,ଦୃଢ ସଙ୍କଳ୍ପ ଓ ରାଷ୍ଟ୍ର ନିର୍ମାଣର ଭାବନାର ଜୀବନ୍ତ ପ୍ରତିକ। ଯେପରିକି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଖେଳ ଓ ଯୁବ ସଶକ୍ତିକରଣ ପ୍ରତି ଏକ ନୂତନ ଦୃଷ୍ଟିକୋଣ ଦେଇଛନ୍ତି । ତେଣୁ ଏହିପରି ଆୟୋଜନଗୁଡିକ ଆମ ଯୁବ ପିଢିକୁ ଆତ୍ମବିଶ୍ୱାସ,ଶୃଙ୍ଖଳା,ଶାରୀରିକ ଓ ମାନସିକ ଶକ୍ତି ଓ ଜିତିବା ମନୋଭାବରେ ପ୍ରଶିକ୍ଷିତ କରୁଅଛି।ଏହି ସମାରୋହରେ ଜିଲାପାଳ ଦିଲ୍ଲୀପ ରାଉତରାୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.