Home ଜିଲ୍ଲା ପରିକ୍ରମା ଅସୁସ୍ଥ ବୃଷଭକୁ ସୁସ୍ଥ କରାଇ ଲୋକନାଥ ମନ୍ଦିରରେ ମହାଦେବଙ୍କ ନାମରେ ଛାଡିଲେ ଗୋସେବକ

ଅସୁସ୍ଥ ବୃଷଭକୁ ସୁସ୍ଥ କରାଇ ଲୋକନାଥ ମନ୍ଦିରରେ ମହାଦେବଙ୍କ ନାମରେ ଛାଡିଲେ ଗୋସେବକ

11

ଭଦ୍ରକ, ୨୭ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – କେତେକ ଗୋସେବକ ଯୁବକ ଦୁର୍ଘଟଣାରେ ଗୁରୁତର ହୋଇପଡିଥିବା ଏକ ବୃଷଭକୁ ସୁସ୍ଥ କରାଇ ସହରର ପ୍ରତିଷ୍ଠିତ ଲୋକନାଥ ମନ୍ଦିରକୁ ଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଦୀର୍ଘ ୨୦ ଦିନ ତଳେ ସହରର ହୋଟେଲ ଓରିୟନ୍ ନିକଟରେ ଦୁର୍ଘଟଣାରେ ଗୁରୁତର ହୋଇ ପଡିଥିଲା। ଏହାକୁ ଗୋସେବକ ପ୍ରମୋଦ ଦାସଙ୍କ ନେତୃତ୍ୱରେ କେତେକ ଗୋସେବକ ଯୁବକ ଉଦ୍ଧାର କରି ସେମାନେ ଅସ୍ଥାୟୀ ଭାବେ ଭଦ୍ରକ ପୁରୁଣା ଅଦାଲତ ପରିସରରେ ଥିବା ମୁକ୍ତେଶ୍ୱର ମହାଦେବ ମନ୍ଦିର ନିକଟରେ ନିର୍ମାଣ କରିଥିବା ଗୋଶାଳାରେ ଚିକିତ୍ସିତ କରାଇଥିଲେ। ବୃଷଭଟି ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଆଜି ସେମାନେ ସୁସଜ୍ଜିତ କରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ। ଏହାପରେ ତାକୁ ନେଇ ଲୋକନାଥ ମନ୍ଦିରରେ ବିଜୟ କୁମାର ପାଣି, ଅଜୟ କୁମାର ପାଣି, ସଂଜୟ କୁମାର ପାଣିଙ୍କ ଦ୍ୱାରା ପୂଜାର୍ଚ୍ଚନା ପୂର୍ବକ ମହାଦେବଙ୍କ ନାମରେ ଛାଡିଛନ୍ତି। ଏହି ବୃଷଭକୁ ଦେଖିବା ଲାଗି ଆଜି ପବିତ୍ର ମହାଶିବରାତ୍ରୀରେ ବହୁ ଶ୍ରଦ୍ଧାଳୁଭକ୍ତଙ୍କ ଭିଡ ଜମିଥିଲା। ଏଠାରେ ସୂଚନାଯୋଗ୍ୟ ଏହି ଗୋସେବକ ଯୁବକମାନେ ବିନା ସରକାରୀ ସହାୟତାରେ ନିଜ ଉଦ୍ୟମରେ ଉପରୋକ୍ତ ଅସ୍ଥାୟୀ ଗୋଶାଳାରେ ଆହତ ଗୋରୁଗାଈଙ୍କ ଚିକିତ୍ସା କରିଆସୁଛନ୍ତି। ଯାହା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.