Home ଓଡ଼ିଶା ଅସୁରକ୍ଷିତ ରାଜଧାନୀ : ଗୋଡ଼େଇ ଗୋଡେଇ ହାଣି ହତ୍ୟା ଉଦ୍ୟମ

ଅସୁରକ୍ଷିତ ରାଜଧାନୀ : ଗୋଡ଼େଇ ଗୋଡେଇ ହାଣି ହତ୍ୟା ଉଦ୍ୟମ

352

ଭୁବନେଶ୍ବର ୬-୧୧ (ଓଡ଼ିଆ ପୁଅ) ଏବେ ରାଜଧାନୀ ଅସୁରକ୍ଷିତ। ଦିନବେଳା ଗୋଡ଼ାଇ ଗୋଡେଇ ହାଣିବା ଘଟଣା ଆଜି ସାମନାକୁ ଆସିଛି। ଖବର ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରର ପାସପୋର୍ଟ ଅଫିସ ନିକଟରେ ରାସ୍ତା ମଝିରେ ପ୍ରମୋଦ ସାହୁ ନାମକ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଦିର୍ବୃତ୍ତ। ତେବେ ସୌଭାଗ୍ୟ ବଶତଃ ଘଟଣାସ୍ଥଳରେ ନୂଆପଲ୍ଳୀ ଥାନା ଆଇଆଇସି ସେହି ରାସ୍ଥା ଦେଇ ଯାଉଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପ୍ରମୋଦ ସାହୁ। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଛି। ଏହି ଘଟଣା ଦିନ ପ୍ରାୟ ୧୦ଟା ବେଳେ ଘଟିଛି। ଆକ୍ରମଣକାରୀ ମାନଙ୍ ମଧ୍ୟରୁ ପୋଲିସ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ଜଣା ପଡ଼ିଛି। ଏହି ଆକ୍ରମଣର କାରଣ ଡଣାପଡ଼ିନାହିଁ। ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.