Home ଓଡ଼ିଶା ଅସାମାଜିକ ଯୁବକଙ୍କ ଭୟରେ ସାମ୍ବାଦିକ ପରିବାର ଭିଟାମାଟି ଛାଡିଲେ

ଅସାମାଜିକ ଯୁବକଙ୍କ ଭୟରେ ସାମ୍ବାଦିକ ପରିବାର ଭିଟାମାଟି ଛାଡିଲେ

141

ନୟାଗଡ/୧୯/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ଟାଉନ୍ ଥାନା ପୁରୁଣା ନୟାଗଡର ଗୋଟିଏ ସାମ୍ବାଦିକ ପରିବାର ଅସାମାଜିକ ବ୍ୟକ୍ତିଙ୍କ ଧମକ୍ ଯୋଗୁଁ ୨ ଦିନ ହେଲା ଭିଟାମାଟି ଛାଡିଥିବା ଜଣା ପଡିଛି। ସାମ୍ବାଦିକ ଜଣକ ହେଉଛନ୍ତି ପୁରୁଣା ନୟାଗଡର ଶିବାନନ୍ଦ ଘଡେଇ ଓ ତାଙ୍କ ପରିବାର। ତାଙ୍କ ପଡୋଶୀ ଦାମ ଘଡେଇ ଓ ଦାମ ଘଡେଇଙ୍କ ପୁଅ ଭଗବାନ ଘଡେଇ ଓରଫ୍ ଭଗିଆ ସାମ୍ବାଦିକଙ୍କୁ ଘରଛାଡି ଯିବାପାଇଁ ଖଣ୍ଡାଧରି ଧମକ୍ ଦେଲେ ଏବଂ ଘରଛାଡି ନଗଲେ ତାଙ୍କ ପରିବାର ଓ ଘରକୁ ଡିନାମାଇଟ୍ ଲଗାଇ ଉଡାଇଦେବେ ବୋଲି ଧମକ୍ ଦେଲେ। ତେଣୁ ସାମ୍ବାଦିକ ଶିବାନନ୍ଦ ନୟାଗଡ ଟାଉନ୍ ଥାନାରେ ନଭେମ୍ବେର ୧୮ ତାରିଖରେ ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ୍ କୌଣସି ପଦକ୍ଷେପ ନନେବାରୁ ଘରଛାଡି ନୟାଗଡ ଜିଲ୍ଲା ୟୁନିଅନ୍ ଅଫ୍ ଜର୍ନାଲିଷ୍ଟ ର ଆଶ୍ରୟ ନେଇଛନ୍ତି। ତେଣୁ ଓଡିଶା ସାମ୍ବାଦିକ ୟୁନିଅନ୍ ର ଶୃଙ୍ଖଳା କମିଟି ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନ ନୟାଗଡ ଆରକ୍ଷୀ ଅଧିକ୍ଷକ ଶଶୀ ଭୁଷଣ ଶତପଥିଙ୍କ ସହ ଯୋଗାଯୋଗ କରିବା ପରେ କୁହନ୍ତି ଯେ ସେ ଟାଉନ୍ ଥାନା ଇନିସ୍ ପେକ୍ଟରଙ୍କ ସହ ଯୋଗାଯୋଗ କରି ପଦକ୍ଷେପ ପାଇଁ ନିର୍ଦ୍ଧେଶ ଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.