Home ଜିଲ୍ଲା ପରିକ୍ରମା ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କୁ ଝାନ୍ସିରାଣୀ ଟ୍ରଷ୍ଟ ପକ୍ଷରୁ ସହାୟତା

ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କୁ ଝାନ୍ସିରାଣୀ ଟ୍ରଷ୍ଟ ପକ୍ଷରୁ ସହାୟତା

20

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତେସିଙ୍ଗା ପଞ୍ଚାୟତ ପନଖା ଗ୍ରାମର ଅସହାୟ ବୃଦ୍ଧ ଦମ୍ପତ୍ତି ଭୀମସେନ ବାରିକ ଓ ଯମୁନା ବାରିକଙ୍କୁ ନବବର୍ଷ ପାଳନ ଅବସରରେ ରବିବାର ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟ ପ୍ରତିଷ୍ଠାତା ପୂଜାରାଣୀ ବେହେରା, ସମ୍ପାଦକ ପ୍ରଦୀପ ବେହେରା, ସୁନିଲ ଜେନା, ରଜନୀକାନ୍ତ ବଳ, ସତ୍ୟବାନ ବେହେରା, ଆକାଶ ଦୀପ, ସୌମ୍ୟରଞ୍ଜନ, ରଞ୍ଜିତ ଧଳ, ସୁଜାତା ମହାରଣା ପ୍ରମୁଖ କମ୍ବଳ, ଶାଢୀ, ଧୋତି ଆଦି ବସ୍ତ୍ର ପ୍ରଦାନ କରିବା ସହ ନବବର୍ଷର ସୁଖ ସମୃଦ୍ଧି କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.