Home କୋରାପୁଟ ଅସହାୟ ପତିପତ୍ନୀଙ୍କୁ ସହାୟତା ପ୍ରଦାନ

ଅସହାୟ ପତିପତ୍ନୀଙ୍କୁ ସହାୟତା ପ୍ରଦାନ

22

କୋରାପୁଟ ୧୮-୧୨ (ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର ଜୟପୁର ମ୍ୟୁନସିପାଲଟି ଅନ୍ତର୍ଗତ ବାରିଣୀପୁଟର ଅସହାୟ ବ୍ୟକ୍ତି ରାମ ପାଙ୍ଗୀ ଓ ପତ୍ନୀ ମଣି ପାଙ୍ଗୀ ଅସୁସ୍ଥତା କାରଣରୁ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ବର୍ଥି ହୋଇ ଚିକିତ୍ସିତ ହେଉଛନ୍ତି।କୋରାପୁଟ ଦଳିତ ସେବା ସଂଗଠନର କାମାକ୍ଷି ପ୍ରସାଦ ମାଝି, ରତିରଂଜନ ଜେନା ଓ ଶ୍ରୀକାନ୍ତ ଷଡଙ୍ଗୀ ପ୍ରମୁଖ ହସପିଟାଲ ଯାଇ ଏକ ହଜାର ଟଙ୍କା ସହ ଦୁଇଟି କମ୍ବଲ, ବିସ୍କୁଟ, ବ୍ରେଡ ଓ ପଟି ପ୍ରଦାନ କରିଥିଲେ।ଅସହାୟ ପତିପତ୍ନୀଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ହସପିଟାଲ ମ୍ୟାନେଜରଙ୍କ ସହ ସଂଗଠନ କର୍ମକର୍ତା।ାଲୋଚନା କରିଥିଲେ ବୋଲି ଶ୍ରୀ ମାଝି ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.