Home ଜିଲ୍ଲା ପରିକ୍ରମା ଅସହାୟର ସହାୟ ଥିଲେ ଲକ୍ଷ୍ମୀ ମହାପାତ୍ର

ଅସହାୟର ସହାୟ ଥିଲେ ଲକ୍ଷ୍ମୀ ମହାପାତ୍ର

11

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଜଣାଶୁଣା ସମାଜସେବୀ ଭଦ୍ରକ ଜିଲ୍ଲା ମହୋତ୍ସବର ଆଦ୍ୟ ସୌରଭ ତ୍ୟାଗଭୂମିର ପ୍ରତିଷ୍ଠାତା ସମ୍ପାଦକ ଲକ୍ଷ୍ମୀ ମହାପାତ୍ରଙ୍କ ବିୟୋଗରେ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ତ୍ୟାଗଭୂମିର ସହ ସଂଗଠକ ସମ୍ପାଦକ ଅମରେନ୍ଦ୍ର ବିଶ୍ୱାଳ ଏବଂ ରଣଜିତ ମହାପାତ୍ରଙ୍କ ସଂଯୋଜନାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ମୁଖ୍ୟବକ୍ତା ଭାବେ ଗାଳ୍ପିକ ତଥା ତ୍ୟାଗଭୂମିର ପ୍ରତିଷ୍ଠାତା ସଦସ୍ୟ ପବିତ୍ର ପାଣିଗ୍ରାହୀ, ସମ୍ମାନିତ ବକ୍ତାଭାବେ ଫାରୁକ ଭାଇ ଏବଂ ଅନ୍ୟତମ ବକ୍ତାଭାବେ ସମାଜସେବୀ ବସନ୍ତ ନାୟକ ପ୍ରମୁଖ ଯୋଗଦେଇ ଲକ୍ଷ୍ମୀ ମହାପାତ୍ର ଭଦ୍ରକର ଯା’ର କେହି ନାହିଁ ସେ କ୍ଷମତାରେ ନଥିଲେ ମଧ୍ୟ ତା’ ପାଇଁ ସ୍ୱର ଉତୋଳନ କରୁଥିଲେ ବୋଲି କହିଥିଲେ। ଗୌରାଙ୍ଗ ବାରିକ ମଂଚକୁ ଅତିଥିମାନଙ୍କୁ ଆହ୍ୱାନ କରିଥିବାବେଳେ କାଳନ୍ଦୀ ମଳିକ ବେଦ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶଙ୍କର ପ୍ରଦୀପ ନାୟକ, ଶୁଭେନ୍ଦୁ ରାୟ ମହାପାତ୍ର, ରଂଜିତା ସ୍ୱାଇଁ, କଳ୍ପନା ଜେନା, ଭଦ୍ରକ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ ଜେନା ବରିଷ୍ଠ ନାଗରିକ ସଂଘର ସମ୍ପାଦକ କୈଳାଶ ମହାପାତ୍ର, ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ରାଜେନ୍ଦ୍ର ଯେନା, ଅଧିବକ୍ତା ପ୍ରଫୁଲ୍ଲ ସାମଲ, ନିଶିକାନ୍ତ ନାୟକ, ବିପ୍ଳବ ହୋତା, ମନିନ୍ଦ୍ର ମହାନ୍ତି, ପଙ୍କଜ ବଳ, ଦୁର୍ଗାଚରଣ ଦାଶ, ମୁସ୍ତାକ ଗହ୍ୱର, ମନୋରମା ରାୟ, ଜାନକୀ ପାଢୀ, ବିଜୟ ବହଳୀ, ଇନ୍ଦ୍ରମଣି ପଣ୍ଡା, ବାବୁଲାଲ ଦାଶ, ଚିନ୍ମୟ ସ୍ୱାଇଁ, ରବି ନାରାୟଣ ପଣ୍ଡା, ଅଶୋକ ଦ୍ୱିବେଦୀ, ଗାନ୍ଧୀ ବିଚାର ମଂଚ ସଭାପତି ଶାନ୍ତନୁ କୁମାର ରାଉତ, ସମ୍ପାଦକ ସୁଧାକର ରାଉତ, ଚିନ୍ମୟ ମିଶ୍ର, ପ୍ରଭାତ ପାଢୀ, ବାଦଲ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧିବକ୍ତା ତ୍ୟାଗଭୂମିର ସମ୍ପାଦକ ଗଦାଧର ବଳ ସଭା ଆରମ୍ଭରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଆସନ୍ତା ଅକ୍ଟୋବର ୫ ତାରିଖ ସ୍ୱର୍ଗତ ଲକ୍ଷ୍ମୀ ମହାପାତ୍ରଙ୍କର ଏକାଦଶାହର ସମସ୍ତଙ୍କୁ ଯୋଗଦେବା ପାଇଁ ତାଙ୍କ ପରିବାର ତରଫରୁ ଅନୁରୋଧ କରାଯାଇଥିଲା। ଆସନ୍ତା ତ୍ୟାଗଭୂମି ପାଳନରେ ଲକ୍ଷ୍ମୀ ମହାପାତ୍ର ଉଦ୍ଦେଶ୍ୟରେ ଏକ ସ୍ମରଣିକା ପ୍ରକାଶ ସାଙ୍ଗକୁ ଏକ ସନ୍ଧ୍ୟା ସ୍ୱର୍ଗତ ମହାପାତ୍ରଙ୍କ ନାମରେ ଉତ୍ସର୍ଗୀକୃତ ହେବ ବୋଲି ତ୍ୟାଗଭୂମିର ସଭାପତି ଅଜୟ ନାୟକ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.