Home ଓଡ଼ିଶା ଅସହାୟଙ୍କ ଉପରେ ଖାକିବର୍ଦ୍ଧିର ଜୁଲମ: କନ୍ଧମାଳରେ ପୋଲିସର ଜୁଲୁମ ଅସହ୍ୟ : ପରିବା ବିକାଳୀଙ୍କୁ ନିର୍ଦ୍ଧୁମ...

ଅସହାୟଙ୍କ ଉପରେ ଖାକିବର୍ଦ୍ଧିର ଜୁଲମ: କନ୍ଧମାଳରେ ପୋଲିସର ଜୁଲୁମ ଅସହ୍ୟ : ପରିବା ବିକାଳୀଙ୍କୁ ନିର୍ଦ୍ଧୁମ ଛେଚିଲା ପୋଲିସ

156

ବାଲିଗୁଡା, ୧୬/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ପରିବା ବିକାଳୀଙ୍କୁ ନିର୍ଦ୍ଧୁମ ଛେଚିଲା ଘୁ ଉଦୟଗିରି ପୋଲିସ। ଅତ୍ୟାବଶ୍ୟକ ଓ କୃଷି ସାମଗ୍ରୀ ବିକ୍ରିପାଇଁ କଟକଣା ନ ଥିବା ସ୍ଵତ୍ତ୍ୱେ ଘୁ-ଉଦୟଗିରି ବଜ଼ାରରେ ଝୁଡୁଙ୍ଗ ବିକିବାପାଇଁ ବ୍ୟାଗ ଖୋଲୁ ଖୋଲୁ ଲାଠିରେ ନିର୍ଦ୍ଧୁମ ପ୍ରହାର କଲେ ଲେଡି ଦବଙ୍ଗ ଅଫିସର ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଘୁ-ଉଦୟଗିରି ଥାନା ଏସ-ଆଇ କୌଶଲ୍ୟା ବେହେରା ଏହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେଉଛି, ପୂର୍ବରୁ ମଧ୍ୟ ପଠାନ ସାହିର ଏମ ଡ଼ି ପାଲେ ଖାନ ନାମକ ଜଣେ ଯୁବକଙ୍କୁ ବିନା ଦୋଷରେ ଘରୁ ଉଠାଇନେଇ ଥାନାରେ ନିର୍ଦ୍ଧୁମ ପିଟିବା ସହିତ ବୁଟରେ ଲାତ ମାରିଥିବା ନେଇ କନ୍ଧମାଳ ଏସ-ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ଘୁ-ଉଦୟଗିରିର କିଛି ସାମ୍ୱାଦିକ ଏସଡ଼ିପିଓ ଜୟକୃଷ୍ଣ ବେହେରାଙ୍କ ପ୍ରତିକ୍ରିୟା ନେବାପାଇଁ ଯାଇଥିଲେ ପ୍ରତିକ୍ରୀୟା ଦେବା ବଦଳେ ଦୋଷ ଲୁଚାଇବାକୁ ଯାଇ ଗଣମାଧ୍ୟମର କଣ୍ଠରୋଧ କରି ସାମ୍ବାଦିକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏନେଇ ସାମ୍ବାଦିକ ମାନେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବଂ କେବେ ନ୍ୟାୟ ମିଳିବ ଅପେକ୍ଷା କରିଛନ୍ତି ଏହାର ତଦନ୍ତକରି ଲେଡି ଦବଙ୍ଗ ଅଫିସର ଓ ଏସଡ଼ିପିଓ ଜୟ କୃଷ୍ଣଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି। ଅନ୍ୟ ପକ୍ଷରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତା, ଲକ ଡାଉନ ଓ ସଟ ଡାଉନ ର ଆଳ ଦେଖାଇ ପୋଲିସ ଓ ପ୍ରଶାସନ ଜରୁରୀ କାଳୀନ ସେବା ଯୋଗାଉଥିବା ବିଭିନ୍ନ ପନିପରିବା, ଫଳ, କ୍ଷୀର, ଔଷଧ, ଖବରକାଗଜ, ଖବରଦାତା ଓ ଖବର କାଗଜ ବିତରଣ କରୁଥିବା ଯାନବାହାନ, ହକର ତଥା ଏଜେଣ୍ଟ ବନ୍ଧୁ ମାନଙ୍କୁ ହଇରାଣ ହରକତ କରିବା ସହ ମାଡ଼ ମାରିବାର ବହୁ ନଜିର ରହିଛି, ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.