Home ଜିଲ୍ଲା ପରିକ୍ରମା ଅସହାୟକୁ ଶୀତବସ୍ତ୍ର ବଂଟନ

ଅସହାୟକୁ ଶୀତବସ୍ତ୍ର ବଂଟନ

10

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପୁଣି ଓଡିଶା ରେ ଶୀତ ତୀବ୍ରତା ବଢ଼ୁଥିବା ଦେଖି ଅସହ୍ୟକୁ ଶୀତ ରୁ ମୁକ୍ତି ପାଇଁ ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁରରେ ପଂଚାୟତ କମ୍ବଳ ବଂଟନ କରାଯାଇଛି।ରବିବାର ‘ସେବା ହିଁ ଭଗବାନ’ ସଂଗଠନର ଆବାହକ ଭାରତୀୟ ଜୀବନ ବୀମା ନିଗମର ବରିଷ୍ଠ ଅଭିକର୍ତା ପ୍ରଭାକର ବିଶ୍ୱାଳଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଅସହାୟ ବୃଦ୍ଧ, ମହିଳା ଓ ଶୀତରେ ପୀଡ଼ିତ ପରିବାର କୁ ୫୦ ରୁ ଉର୍ଦ୍ଧ କମ୍ବଳ ବଂଟନ କରାଯାଇଥିଲା।ମାନବ ସେବା ହିଁ ଈଶ୍ୱରଙ୍କ ସେବା ଏହି ଧାରାକୁ ବଜାୟ ରଖିବା ପାଇଁ ଗରିବ ଓ ଦୁସ୍ଥ ଲୋକଙ୍କୁ ପାଖରେ ପ୍ରତିବର୍ଷ ସଙ୍ଘଠନ ପହଂଚି ସେମାନଙ୍କ ମୁହଁରେ ହସ ଫୁଟାଇବା ଓ ସେମାନଙ୍କ ସେବା କରିବା ଆମ ସଂଗଠର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.