Home ଜିଲ୍ଲା ପରିକ୍ରମା ଅସନ୍ତୁଷ୍ଟ ଦଶମଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଅଫଲାଇନ୍ ପରୀକ୍ଷା ଆରମ୍ଭ

ଅସନ୍ତୁଷ୍ଟ ଦଶମଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଅଫଲାଇନ୍ ପରୀକ୍ଷା ଆରମ୍ଭ

22

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା କଟକଣା ଥିବାରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଶ୍ରେଣୀ ମାର୍କ ଅନୁଯାୟୀ ସେମାନଙ୍କୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କରାନଯାଇ ମାର୍କ ବେଶିଷରେ ପାସ କରାଯାଇଥିଲା । ହେଲେ ଏନେଇ ବହୁମେଧାବି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ ମଧ୍ୟ କରିଥିଲେ । ତେବେ ସରକାରଙ୍କ ପକ୍ଷରୁ ସେହି ଅସନ୍ତୋଷ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅଫଲାଇନ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟର ଏହି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିବାବେଳେ ଧାମନଗର ସରକାରୀ ବାଳିକା ହାଇସ୍କୁଲରେ ଏହି ପରୀକ୍ଷା ଆରମ୍ଭ ହୋଇଛି । ଧାମନଗର ବ୍ଳକର ୯ଟି ବିଦ୍ୟାଳୟର ୫ଜଣ ବୋର୍ଡ଼ ମାର୍କକୁ ଚ୍ୟାଲେଞ୍ଜକରି ପରୀକ୍ଷା ଦେଉଥିବାବେଳେ ୩ଜଣ ଏକ୍ସରେଗୁଲାର ଓ ଧାମନଗର ସରକାରୀ ହାଇସ୍କୁଲରେ ପଢୁଥିବା ମୁକ୍ତ ବିଦ୍ୟାଳୟର ୨୫ଜଣ ଛାତ୍ର ଛାତ୍ରୀ ଏହି ପରୀକ୍ଷାରେ ଭାଗ ନେଇଥିଲେ । ଏହି ପରୀକ୍ଷାରେ ପର୍ଯ୍ୟବେକ୍ଷକ ଭାବରେ ଓକରା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୁର୍ଣ୍ଣିମା ଦାସ, ଧାମନଗର ବିଡ଼ିଓ ଦୁର୍ଗୁାଚରଣ ମୁର୍ମୁ, ବ୍ଲକ ଶିକ୍ଷାଧିକାରୀ ପିତାମ୍ବର ବାରିକ, ଧାମନଗର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ଉପସ୍ଥିତ ରହିଥିଲେ । ଏହି ପରୀକ୍ଷା ସମ୍ପୁର୍ଣ୍ଣ ଭାବରେ କୋଭିଡ଼ କଟକଣା ମାଧ୍ୟମରେ କରାଯାଇଥିବା ପ୍ରଧାନ ଶିକ୍ଷକ ସମୀର କୁମାର ଗୋସ୍ୱାମୀ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.