Home ଜିଲ୍ଲା ପରିକ୍ରମା ଅସଦାଚରଣ ଅଭିଯୋଗରେ ମାମଲା ରୁଜୁ

ଅସଦାଚରଣ ଅଭିଯୋଗରେ ମାମଲା ରୁଜୁ

76

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ପାଟୁଳି ଗ୍ରାମରେ ଗତ ସରସ୍ୱତୀ ପୂଜା ଭସାଣି ସମୟରେ ଜଣେ ଯୁବତୀକୁ ଅସଦାଚରଣ ଉଦ୍ୟମ ଓ ପିତାମାତଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗତ ୧୧ ତାରିଖ ରାତିରେ ମାମଲା ରୁଜୁ ହୋଇଛି। ଘରେ ପଶି ଯୁବତୀକୁ ସେହି ଗ୍ରାମର କେତେକ ଅସଦାଚରଣ ବ୍ୟକ୍ତି ଉଦ୍ୟମ କରିଥିଲେ।

ଏହାର ପ୍ରତିବାଦ କରିବାରୁ ଯୁବତୀର ପିତାମାତାଙ୍କୁ ସେମାନେ ମାଡ ମାରିଥିଲେ। ଫଳରେ ଯୁବତୀ ଜଣକ ଗତ ୧୧ ତାରିଖରେ ଥାନାରେ ଅଭିଯୋଗ କରିବା ପରେ ବିଜୟ ଜେନା, ଅଭୟ ଜେନା, ନିରାକାର ଜେନା, କାଳିଆ ଜେନା ଓ ସୁଶାନ୍ତ ଦାସଙ୍କ ନାମରେ ୩୨/୨୦ ନଂ ମୂଳେ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.