ମାହାଙ୍ଗା, ୩୧/୧୦, (ଓଡ଼ିଆ ପୁଅ ପି ନାୟକ):ପ୍ରଥମେ ଫ୍ରେଣ୍ଡସିପ, ତାପରେ ଲଭ ସେକ୍ସ୍ ଆଉ ଏବେ ବ୍ଲାକମେଲିଂ। ଆଜ୍ଞା ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି ମାହାଙ୍ଗା ଅଞ୍ଚଳରେ। ସୂଚନା ଅନୁସାରେ, ମାହାଙ୍ଗା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କ ସ୍ଥାନୀୟ ଅଞ୍ଚଳରେ ଲଳିତ ନାରାୟଣ ପଟ୍ଟନାୟକ ନାମକ ଜଣେ ଯୁବକ ସହ ବନ୍ଧୁତା ହୋଇଥିଲା। ପରେ ଏହା ପ୍ରେମରେ ପରୀଣତ ହୋଇଥିଲା। ତା ପରେ ଉକ୍ତ ଯୁବକ ଯୁବତୀଙ୍କ ସହ ବାଧ୍ୟତାମୂଳକ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାହାର ଫଟୋ ଓ ଭିଡ଼ିଓ କରିଥିଲେ। ଏହାପରେ ଯୁବକ ଜଣକ ଏହାର ସାହାଯ୍ୟରେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲା। ବ୍ଲାକମେଲିଂ ସ୍ବରୂପ ସେ ଟଙ୍କା ମାଗୁଥିଲା। ତେବେ ଯୁବତୀ ଟଙ୍କା ଦେବାକୁ ମନା କରିବାରୁ ଏବେ ସେ ଫଟୋକୁ ଭାଇରାଲ କରିଥିବା ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଏହାର ତଦନ୍ତ ଆରମ୍ଭ କରିଛି।