Home କୋରାପୁଟ ଅଶ୍ଳୀଳ ଗୀତ ଭାଇରାଲ୍ କରି ୨ଗିରଫ

ଅଶ୍ଳୀଳ ଗୀତ ଭାଇରାଲ୍ କରି ୨ଗିରଫ

190

କୋରାପୁଟ; ତା୨୫-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଜଣେ ଯୁବତୀଙ୍କ ନାଁରେ ଅଶ୍ଳୀଳ ଗୀତ ଲେଖି ରେକଡିଂ କରିବା ପରେ ସୋସିଆଲ୍ ମିଡିଆରେ ଭାଇରାଲ କରି କୋରାପୁଟ ସଦର ଥାନା ପୁଲିସ ଦ୍ୱାରା ଦୁଇଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇଜଣ ହେଲେ ପୁରୁଣାପୁକି ଗ୍ରାମର ଗୁପ୍ତ ଯାନୀ ଓ ପେଟ୍ଟା ଅଂଚଳର ସୁନାଧର ଖେମୁଣ୍ଡୁ।, ଗୁପ୍ତ ଯାନୀ ସହ ଦେବୀଘାଟ ଗ୍ରାମର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ରହିଥିଲା। ଗୁପ୍ତ କିନ୍ତୁ ଅନ୍ୟତ୍ର ବିବାହ କରିଥିବାବେଳେ ବର୍ତମାନ ତାଙ୍କର ୨ଟି ସନ୍ତାନ ରହିଛନ୍ତି। ବିବାହ ପରେ ମଧ୍ୟ ଗୁପ୍ତ ସମ୍ପୃକ୍ତ ଯୁବତୀଙ୍କ ସହ ପୁନର୍ବାର ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲା କିନ୍ତୁ ଯୁବତୀ ଜଣକ ଗୁପ୍ତ ଠାରୁ ଦୂରେି ରହୁଥିଲେ। ଏହା ମଧ୍ୟରେ ଯୁବତୀ ଅନ୍ୟ ଜଣେ ଯୁବକକୁ ଭଲପାଉଥିବା ଜାଣି ଯୁବତୀ ଓ ନିଜ ନାମକୁ ଯୋଡି ଅଶ୍ଳୀଳ ଗୀତ ରଚନା କରି ପେଟ୍ଟା ଅଂଚଳର ସୁନାଧର ଖେମୁଣ୍ଡୁଙ୍କୁ ୨ ହଜାର ଟଙ୍କା ଦେଇ ସେ ଲେଖିଥିବା ଗୀତକୁ ଗାଇବାକୁ କହି ରେକଡିଂ କରାଇଥିଲା। ରେକଡିଂ ପରେ ଅଭିଯୁକ୍ତ ଗୁପ୍ତ ଗୀତକୁ ସୋସିଆଲ ମିଡିଆରେ ଅଫଲୋଡ୍ କରି ଭାଇରାଲ କରିଲା। ଘଟଣା ଜାଣିବା ପରେ ଯୁବତୀ ସଦର ତାନାରେ ଗୁପ୍ତ ଯାନୀ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସଦର ଥାନା ପୁଲିସ ପୁରୁଣାପୁକି ଓ ପେଟ୍ଟାରେ ଚଢଉ କରି ଗୁପ୍ତ ଯାନୀ ଓ ଗିତ ଗାଇଥିବା ସୁନାଧର ଖେମୁଣ୍ଡୁକୁ ଗିରଫ କରିଥିଲେ। ସଦର ଥାନାରେ ଏକ ମାମଲା(କେଶ୍ ନଂ-୮୯/୨୦୧୮) ରୁଜୁ ହୋଇଥିବାବେଳେ ଥାନା ଅଧିକାରୀ ସନ୍ତୋଷିନି ଓରାମ୍ ନିଜେ ତଦନ୍ତ କରୁଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.