Home ଜିଲ୍ଲା ପରିକ୍ରମା ଅଶୋକ ଦାସ ହେଲେ କଂଗ୍ରେସ ବିଧାୟକ ଦଳର ଉପନେତା

ଅଶୋକ ଦାସ ହେଲେ କଂଗ୍ରେସ ବିଧାୟକ ଦଳର ଉପନେତା

26

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତିମଧ୍ୟରେ କଂଗ୍ରେସ ବିଧାୟକ ଦଳର ଉପନେତା ଭାବେ ଭଦ୍ରକ ଜିଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଅଶୋକ ଦାସ ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ବର୍ଗରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଠାରେ ସୂଚନାଯୋଗ୍ୟ ଓଡ଼ିଶା କଂଗ୍ରେସ ବିଧାୟକ ଦଳର ନେତା ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବାବେଳେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ଓଡ଼ିଶାର କଂଗ୍ରେସ ଦଳର ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରୁ ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଅଶୋକ ଦାସଙ୍କୁ କଂଗ୍ରେସ ବିଧାୟକ ଦଳର ଉପନେତା ଭାବେ ଚୟନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଶ୍ରୀ ଦାସ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ୬୩୧ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । ଶ୍ରୀ ଦାସଙ୍କ ଏହି ଚୟନକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସମେତ ଭଦ୍ରକ କଂଗ୍ରେସ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.