Home ଜିଲ୍ଲା ପରିକ୍ରମା ଅଳ୍ପକେ ବର୍ତିଲେ ୬୦ ତୀର୍ଥ ଯାତ୍ରୀ

ଅଳ୍ପକେ ବର୍ତିଲେ ୬୦ ତୀର୍ଥ ଯାତ୍ରୀ

18

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭୋର ୪ ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ୟୁପିରୁ ଆସୁଥିବା ତୀର୍ଥ ଯାତ୍ରୀ ବସଟି ଡ଼ାଇଭରସନ ଠାରେ ମାଟି ଅତଡ଼ା ଉପରକୁ ମାଡି ଆସିଥିଲା ।ସୌଭାଗ୍ୟ ବଶତଃ ଏହି ବସଟିରେ ୬୦ଜଣ ତୀର୍ଥ ଯାତ୍ରୀ ଅଳ୍ପକେ ବର୍ତୀ ଯାଇଥିଲେ ।ସେଥିମଧ୍ୟରୁ ୪ ଜଣ ଆହତ ହୋଇଥିବା ବେଳେ ପ୍ରଶାସନ ସହାୟତାରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଚିକତ୍ସା କରାଯାଉଛି । ଘଟଣା ସ୍ଥଳରେ ଭଦ୍ରକ ଏସପି, ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପିଙ୍କ ସମେତ ଜାତୀୟ ରାଜପଥ କତୃପକ୍ଷ ଓ ପ୍ରଶାସନିକ ଅଧିକାରୀ, ଉପସ୍ଥିତ ଥିଲେ। ଅନ୍ୟ ଏକ ବସ ବ୍ୟବସ୍ଥା ମଧ୍ୟ କରାଯାଇଛି ଭଦ୍ରକ ଆଂଚଳିକ ପରିବହନ ନିଗମ ପକ୍ଷରୁ ପୁରୀ ଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଦୀର୍ଘଦିନ ଧର ଜାତୀୟ ରାଜପଥ ମରାମତି କାମ ପାଇଁ ପ୍ରତ୍ୟେକ ଦିନ ବିଷ୍ଣୁପୁର ଛକରେ ଦୁର୍ଘଟଣା ଘଟିବା ସହ ଜୀବନ ହାନି ଘଟୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.