ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲ୍ା ବନ୍ତ ବ୍ଲକ ରାମପୁର ପଂଚାୟତ ଅଳାଉତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ କେଦାରେଶ୍ୱର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରି ବ୍ଲକ କ୍ରୀଡା ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ରାମପୁର ସରପଚଂ ଗିରିଧାରୀ ସାହୁ, ଆଲୁମୁନି କମିଟି ସଭାପତି ଜିତେନ୍ଦ୍ର କୁମାର ନାୟକ, ବାଲୁକେଶ୍ୱର କ୍ଲଷ୍ଟରର ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ମଲ୍ଲିକ, ସ୍କୁଲ୍ ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପାଠପଢା ସାଙ୍ଗକୁ ଶାରିରୀକ କ୍ରୀଡା ଅପରିହାର୍ଯ୍ୟ ବୋଲି କହିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭାସିନୀ ଘଡେଇଙ୍କ ମଂଚଞ୍ଚ ପରିଚାଳନାରେ ଶିକ୍ଷୟିତ୍ରୀ ଜାନକୀ ଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଶିକ୍ଷକ ଶିଶିର କୁମାର ଶଙ୍ଖୁଆଙ୍କ ତତ୍ୱାବଧାନରେ ଦୌଡ,ହାଇଜମ୍ପ, ଲଙ୍ଗଜମ୍ପ, ଗୁଲି ଚାମଚ, ଗଣିତ ଦୌଡ, ସ୍ଲୋ ସାଇକେଲ୍ ରେସ୍,ବାଇଗଣ ଦୌଡ ସଟଫୁଟ୍ ଆଦି ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିଲା । ପ୍ରିୟଙ୍କା ଲେଙ୍କା, ମମତା ମଞ୍ଜରୀ ବେହେରା,ଜୟନ୍ତି ଲତା ନାୟକ, ବନ୍ଦନା ନାୟକ, ରୋଜାଲିନ୍ ବେହେରା, ସୁମତି ଲତା ଜେନା, ସସ୍ମିତା ସାହୁ, ଅଜୟ କୁମାର ଜେନା, ସତ୍ୟବ୍ରତ ଭୂୟାଁ, ସୁବର୍ଣ୍ଣ କୁମାର ନାୟକ ଏବଂ ପ୍ରକାଶ କୁମାର ବେହେରା ପରିଚାଳନାରେ ସହଯୋଗ କରିଥିଲେ ।







