Home କୋରାପୁଟ ଅଲ ଓଡିଶା ଅଙ୍ଗନବାଡି କର୍ମି ସହାୟିକା ସାମୁଖ୍ୟ କୋରାପୁଟ ଜିଲ୍ଲା ଶାଖା କାର୍ଯ୍ୟକର୍ତା ନିର୍ବାଚିତ

ଅଲ ଓଡିଶା ଅଙ୍ଗନବାଡି କର୍ମି ସହାୟିକା ସାମୁଖ୍ୟ କୋରାପୁଟ ଜିଲ୍ଲା ଶାଖା କାର୍ଯ୍ୟକର୍ତା ନିର୍ବାଚିତ

92

କୋରାପୁଟ ୨୦-୧୨(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ଟାଉନହଲଠାରେ ଅଲ ଓଡିଶା ଅଙ୍ଗନବାଡୀ କର୍ମି ସହାୟିକା ସାମୁଖ୍ୟ କୋରାପୁଟ ଜିଲ୍ଲା ଶାଖା କାର୍ଯ୍ୟକର୍ତା ନିର୍ବାଚିତ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡାଙ୍କ ଉପସ୍ଥିତିରେ କର୍ମକର୍ତା ନିର୍ବାଚନରେ କୋରାପୁଟ ଜିଲ୍ଲାର ସଭାନେତ୍ରୀଭାବେ ସତ୍ୟାଭାମା ତ୍ରୀପାଠୀ ନିର୍ବାଚିତ ହୋଇଥିବା ବେଳେ ଗାଙ୍ଗେଶ୍ୱରୀ ପାଳ  ସାଧାରଣ ସଂପା୍‌ଦିକା ଭାବେ ନିର୍ବାଚିତ ହୋଇଥିଲେ ।ଉପସଭାନେତ୍ରୀ ଭାବେ ବି.ଶୋଭାରାଣୀ,ନିରୁପମା ସାମଲ,ଗାଙ୍ଗେଶ୍ୱରୀ ସାହୁ,ଗୀତାଞ୍ଜଳି ସାମାନ୍ତରାୟ ଓ ଅମ୍ବାଲିକା  ନାୟକ ,ଯୁଗ୍ମସଂପାଦିକା ଭାବେ ଲୀଲାବତୀ ବାରିକ,ପ୍ରଭାତୀ ସାହୁ,ଜି.ଜ୍ୟୋତିମର‌୍ୟି ଓ ମମତା ଡଂଗ୍ରୀ ,କୋଷାଧ୍ୟକ୍ଷ ଭାବେ ବିଜୟଲକ୍ଷ୍ମୀ ମଲ୍ଲିକ ଏବଂ ସାଂଗଠନିକ ସଂପାଦିକା ଭାବେ ଝୁନୁ ମହାନ୍ତି ନିର୍ବାଚିତ ହୋଇଥିବା ଜଣାପଡିଛି ।କାର୍ଯ୍ୟକାରୀ ସଦସ୍ୟା ଭାବେ ସ୍ୱର୍ଣ୍ଣଲତା ପାତ୍ର ,ଉର୍ମିଲା ଦେବୀ,ବସନ୍ତ କୁମାରୀ ସାହୁ,କଳ୍ପନା ମିଶ୍ର,ମାଧୁରୀ ଓରାମ,ମୀନା କୁମାରୀ ମହାନ୍ତି,ବିଜୟଲକ୍ଷ୍ମି ରାଉତରାୟ ପ୍ରମୁଖ ମନୋନୀତ ହୋଇଥିବା ଜଣାପଡିଛି ।ବିଜୁ ସାମୁଖ୍ୟ ସମୁଖ ଦ୍ୱାରା ଅନୁବନ୍ଧିତ ହୋଇଥିବା ଅଲ ଓଡିଶା ଅଙ୍ଗନବାଡୀ କର୍ମି ସହାୟିକା ସାମୁଖ୍ୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।ଏହି ଆଲୋଚନାରେ କୋରାପୁଟ ବିଧାୟକ ରଘୁରାମ ପଡାଲ,ରାଜ୍ୟ ସଭାନେତ୍ରୀ ନନ୍ଦନୀ ପଣ୍ଡା,କୋରାପୁଟ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ବାଲା ରାୟ ,କୋରାପୁଟ ଜିଲ୍ଲା ବିଜେଡି ଉପସବାପତି ଉତ୍କଳ ରଂଜନ ନାୟକ,ଅବିଭିକ୍ତ କୋରାପୁଟ ଜିଲ୍ଲା ବିଜୁ ସାମୁଖ୍ୟର ଜିଲ୍ଲା ସଂଗଠନ ସଂପାଦକ ନିରଞ୍ଜନ ପାତ୍ର ,କୋରାପୁଟ ଜିଲ୍ଲା ଶାଖାର ମୁଖ୍ୟ ଉପଦେଷ୍ଟା ପଙ୍କଜ ପାତ୍ର ,ଜିଲ୍ଲା ସଭାନେତ୍ରୀ ରେଣୁବାଲା ଶତ୍ରୁଶଲ୍ୟ ଓ ସଂପାଦିକା ଝୁନୁ ମହାନ୍ତି ଉପସ୍ଥିତ ଥିଲେ ।ଅଙ୍ଗନବାଡି କର୍ମିଙ୍କୁ  ୧୫ ହଜାର ଟଙ୍କା ଦେବେ ବୋଲି କେନ୍ଦ୍ର ସରକାର ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦେଇଥିଲେ ତାହାକୁ ଭୁଲି ଯାଇଥିବା ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ପ୍ରକାଶ କରିବା ସହ  ୧୮ ହଜାର ଟଙ୍କା  ଦରମା ବୃଦ୍ଧି କରିବା , ମାସକୁ ୩ ହଜାର ଟଙ୍କା ପେନସନ ପ୍ରଦାନ କରିବା ,ଏସଏନପି ବୃଦ୍ଧି,ଅବସରକାଳୀନ ସୁବିଧା ପ୍ରଦାନ କରିବା ପ୍ରମୁଖ ଦାବି କରିଥିଲେ ।ଯଦି କେନ୍ଦ୍ର ସରକାର ଦାବି ପୂରଣ ନ କରନ୍ତି ତେବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.