Home ଜିଲ୍ଲା ପରିକ୍ରମା ଅଲୋଡ଼ା ହୋଇଛି ରିକ୍ସା, ଦୁଃଖ ଦୁର୍ଦଶାରେ ଏବେ ରିକ୍ସା ଚାଳକ

ଅଲୋଡ଼ା ହୋଇଛି ରିକ୍ସା, ଦୁଃଖ ଦୁର୍ଦଶାରେ ଏବେ ରିକ୍ସା ଚାଳକ

15

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମୟ ସ୍ରୋତ ରେ ଆଉ ଆଗେଇ ପାରୁନି ରିକ୍ସା। ଦିନେ ଯାହାକୁ ବାହାଘର, ବ୍ରତଘର, ସମସ୍ତ କାର୍ଯ୍ୟ ରେ ଆଗ ଡାକରା ପଡୁଥିଲା, ଏବେ ସେହି ରିକ୍ସା ସମୟ ସ୍ରୋତ ରେ ହୋଇପଡିଛି ଅଲୋଡ଼ା। ସେ ରାତି ଅଧରେ ଷ୍ଟେସନ ଛକ ହେଉ ଅବା ବସ ଷ୍ଟାଣ୍ଡ, ଏପରିକି ଅତ୍ୟାବଶ୍ୟକ ମେଡିକାଲ ଛକରେ ଏହି ରିକ୍ସାର ଚାହିଦା ଅନେକ ଥିଲା ଗଲି କାନ୍ଦି ର ସହର ଭଦ୍ରକ ରେ ରିକ୍ସା ର ଚିରିଙ୍ଗ ଚିରିଙ୍ଗ ପେଁ ପେଁ ଶବ୍ଦ ସମସ୍ତଙ୍କ ମନକୁ ବେଶ ବାନ୍ଧି ରଖୁଥିଲା। ହେଲେ ସମୟ ସ୍ରୋତ ରେ ଆଜି ରିକ୍ସା ୍ୱାଲାଟି ଆଜି ନିଜର ଭଙ୍ଗା ଦଦରା ରିକ୍ସା କୁ ନେଇ ନିଜର ଏକମାତ୍ର ରୋଜଗାର ର ପନ୍ଥା କୁ ଧରି ଚାଲିଛି, ସେତେବେଳେ ର ରିକ୍ସା ଆଜି ଭାଙ୍ଗି ରୁଜି ଯାଇଛି, ଆଉ ସେ ସମୟ ର ଚାଳକ ଆଜି ବୟସ ର ଅପରାହ୍ନ ରେ ପହଞ୍ଚି ଯାଇଛି. କେବଳ ସ୍ମୃତି ପଲକ ରେ ରହିଯାଇଛି ରିକ୍ସା ଓ ରିକ୍ସା ଚାଳକ। ଜୀବନ ଜୀବିକା ଦୋଛକି ରେ ରିକ୍ସାବାଲା, ହଁ ମୁଁ ସେଇ ରିକ୍ସା ଯାହାକୁ ଦିନେ ଯାତାୟାତ ପାଇଁ ମୋତେ ବ୍ୟବହାର କରୁଥିଲେ, ହଁ ଏବେବି କରୁଛନ୍ତି କିନ୍ତୁ କଦବା କୋଚିତ, କାରଣ ମୁଁ ଆଉ ସମୟ ସହ ତାଳ ଦେଇ ଯାଇପାରୁନି, ୟେ ଚଳ ଚଂଚଳ ସମାଜ ରେ ମୁଁ ଏବେ ବାଟ ହୁଡ଼ି ବସିଛି,ମୋତେ ଆଉ ଆଗ ପରି କେହି ଡାକୁନାହାନ୍ତି, ଏ ରିକ୍ସାବାଲା ବସ ଷ୍ଟାଣ୍ଡ ଯିବୁ, ଏ ରିକ୍ସା ଭାଇ ଚାଲିଲୁ ଚାଲିଲୁ ଟ୍ରେନ ଟାଇମ ହେଲାଣି ଟିକେ ଶୀଘ୍ର ଚାଲିଲୁ। ଆରେ ୟେ ରିକ୍ସା ଭାଇ ଜଲ୍‌ଦି ଆସିଲୁ ମେଡିକାଲ ଯିବା, ହଁ ଆଉ ମୋତେ କେହି ଖୋଜୁ ନାହାନ୍ତି, କାହିଁକି ବା ଖୋଜିବେ ସମୟ ସହ ମୁଁ କଣ ତାଳ ଦେଇ ଯାଇପାରୁଛି ଯେ ମୋତେ ଖୋଜିବେ, ତଥାପି ମୁଁ ହାର ମାନିନୀ। ହଁ ଦର୍ଶକ ବନ୍ଧୁ ୯୦ ଦଶକ ରେ ଏକଦା ଆମ ଯିବା ଆସିବା ର ମାଧ୍ୟମ ସାଜିଥିବା ରିକ୍ସା ଆଜି ଆଉ ଏତେ ଦେଖିବାକୁ ମିଳୁନି। ସମୟ ସହ ତାଳ ଦେଇ ଲୋକ ଏବେ ଗାଡି ମୋଟର, ବସ ର ବହୁଳ ବ୍ୟବହାର କରୁଛନ୍ତି, ଶୀଘ୍ର ପହଂଚିବା ପାଇଁ ବାଇକ, କାର, ବସର ବ୍ୟବହାର କରୁଛନ୍ତି, ଆଉ ଆଗ ପରି ଆଉ ରିକ୍ସା ର ଚାହିଦା ନାହିଁ ହୋଇପଡିଛି ଅଲୋଡ଼ା। ୯୦ ଦଶକ ର ଯିବା ଆସିବା ପାଇଁ ପ୍ରମୁଖ ଜାନ ପାଲଟିଥିବା ରିକ୍ସା ଚାଳକ ର ଦୁଃଖ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ, ଦୀର୍ଘ ବର୍ଷ ଧରି ରିକ୍ସା ଚଳାଇ ନିଜ ପରିବାର ପ୍ରତିପୋଷଣ କରି ଆସୁଥିବ ରିକ୍ସା ଚାଳକ ଟି କିପରି ଦୁଃଖରେ ରହୁଛି ତାହା ଆପଣ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଝରି ପଡିବ। ପରିବାର ଚଳାଇବା ପାଇଁ ରିକ୍ସା ଚଳାଇବା ବୃତି କୁ ଆପଣେଇ ଥିବା ରିକ୍ସା ଚାଳକ ଟି ଆଜି ଦୁଃଖ ଓ ଦୁର୍ଦିନ ରେ ବସବାସ କରୁଛି। ଯାହା ଯେମିତି ଆଗରୁ ରୋଜଗାର କରୁଥିଲେ ବର୍ତମାନ ସମୟ ରେ ଯେପରି ଗାଡି ମୋଟର ବ୍ୟବହାର ହେଉଛି ଦିନକୁ ୨୦୦ ଟଙ୍କା ରୋଜଗାର କରିବା କଷ୍ଟକର ହୋଇପଡୁଛି। ଏମିତିକି ଗୋଟେ ଗୋଟେ ଦିନ ବଇନି ବି ହେଉନି। ଏପରି ସମୟ ରେ ପରିବାର ଚଳାଇବା ବଡ଼ କଷ୍ଟକର ହୋଇପଡିଛି। ତଥାପି ଆଜିବି ଅନେଇ ବସିଛି ମୁଁ କିଏ ଜଣେ ଆସିବ ଆଉ ମୋତେ ଡ଼ାକିବ ଏ ରିକ୍ସା ମୋତେ ନେଇଯିବ। ତେବେ ଯଦି ସରକାର କିଛି ସହାୟତା ଦିଅନ୍ତେ ନିଶ୍ଚୟ ଆମ ପାଇଁ ସହାୟତା ହୁଅନ୍ତା ବୋଲି କୁହନ୍ତି ରିକ୍ସା ଚାଳକ ସେକ୍ ରହିମ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.