Home ଜିଲ୍ଲା ପରିକ୍ରମା ଅଲୀନଗର ଛକରେ ସାଇ ଜଗବନ୍ଧୁ ନିର୍ମଳ ଝର ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ

ଅଲୀନଗର ଛକରେ ସାଇ ଜଗବନ୍ଧୁ ନିର୍ମଳ ଝର ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ

7

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ପଂଚାୟତ ଅଧୀନ ଅଲୀନଗର ଛକ ସ୍ଥିତ ସାଇ ବିଶ୍ରାମାଗାର ପାଶ୍ୱର୍ରେ ସତ୍ୟ ଫାଉଣ୍ଡେସନ ପକ୍ଷରୁ ଓ ତିହିଡ଼ି ସତ୍ୟସାଇ ସେବା ସମିତି ତତ୍ୱାବଧାନରେ ସାଇ ଜଗବନ୍ଧୁ ନିର୍ମଳ ଝର ପାନୀୟଜଳ ପ୍ରକଳ୍ପ ଗୁରୁବାର ଅପରାହ୍ନରେ ଲୋକାର୍ପିତ ହୋଇ ଯାଇଛି। ଶ୍ରୀ ସତସାଇ ସଂଗଠନର ଜିଲା ସଭାପତି ଡାକ୍ତର ରଂଜିତ୍ ଖଟୁଆ ଓ ପୂର୍ବତନ ସଭାପତି ଇଂ ସନାତନ ପାତ୍ର ଅତିଥି ଭାବେ ଯୋଗ ଦେଇ ପାନୀୟ ଜଳ ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ। ଏହି ପାନୀୟ ଜଳ ପ୍ରକଳ୍ପରୁ ସ୍ଥାନୀୟ ଜନସାଧାରଣ ଉପକୃତ ହେବା ସହିତ ପାଳିଆବିନ୍ଧା କଲେଜର ଛାତ୍ରଛାତ୍ରୀ ମଧ୍ୟ ଥାଣ୍ଡା ପାନୀୟ ଜଳ ପାଇପାରିବେ। ବିଶେଷ ଭାବେ ଗ୍ରୀଷ୍ମ ଋତୁରେ ପାନୀୟଜଳ ପ୍ରକଳ୍ପ ଦ୍ୱାରା ସମସ୍ତ ଜନସାଧାରଣ ପାନୀୟଜଳ ପାଇପାରିବେ। ଏହି ଲୋକାର୍ପିତ ଉତ୍ସବରେ ଭଦ୍ରକ ସାଇ ବିଦ୍ୟା ବିହାର ସଭାପତି ମନୋଜ କୁମାର ନାୟକ, ସାଇ ବିଦ୍ୟା ବିହାର ସମ୍ପାଦକ ତଥା ସତ୍ୟ ଫାଉଣ୍ଡେସନର ମୁଖ୍ୟ ପାର୍ଥସାରଥି ନାୟକ, ତିହିଡ଼ି ସତ୍ୟସାଇ ସେବା ସମିତି ଆବାହକ ସଂଜୟ କୁମାର ମହାପାତ୍ର, ରାଜୀବ ଲୋଚନ ସାହୁ, ବିଶ୍ୱରଂଜନ ପତି, ଉମାକାନ୍ତ ମିଶ୍ର, ମୋହନ ଜେନା, ରାଜୀବ ଖିଲାର, ଯଶୋବନ୍ତ ବେହେରା, ପୂର୍ବତନ ସରପଂଚ ସୁଶାନ୍ତ ସେଠୀ, ପୂର୍ବତନ ସମିତିସଭ୍ୟ ଭରତ ସାହୁ, ରବିନ୍ଦ୍ର କୁମାର ଦାସ, ହିମାଂଶୁ ଭଟ୍ଟାଚାର୍ଯ୍ୟ, ରମାକାନ୍ତ ନାଥ, ହିମାଂଶୁ ନାୟକ, ପ୍ରଭାତ ରାଉଳ, ଶାନ୍ତିଲତା ବିଶ୍ୱାଳ, ରମାମଣି ନାୟକ, ସୁକାନ୍ତୀ ନାୟକ, ମୌସୁମୀ ନାୟକ, ଦୀପ୍ତିକାନ୍ତ ଭଂଜ, ରାଜୀବ ବଳ, ଅଜିତ୍ କୁଅଁର ପ୍ରମୁଖ ସହିତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଶେଷରେ ବିଜୟ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଯୋଗ୍ୟ ଯେ ତିହିଡ଼ି ସତ୍ୟ ଫାଉଣ୍ଡେସନ ପକ୍ଷରୁ ତିହିଡ଼ି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନରେ ୬ଟି ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଥିବା ବେଳେ ଫାଉଣ୍ଡେସନ ଦୁରାରୋଗ୍ୟରେ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରୁଛି। ଏଥି ସହିତ ଫାଉଣ୍ଡେସନ ମଧ୍ୟ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଆସୁଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.