Home ଜିଲ୍ଲା ପରିକ୍ରମା ଅର୍ଜୁନବିନ୍ଧା ଗାଁ ରାସ୍ତାରେ ଲହଡ଼ିଖେଳୁଛି ବର୍ଷା ପାଣି, ଜବର ଦଖଲ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳଙ୍କୁ ଚିଠି...

ଅର୍ଜୁନବିନ୍ଧା ଗାଁ ରାସ୍ତାରେ ଲହଡ଼ିଖେଳୁଛି ବର୍ଷା ପାଣି, ଜବର ଦଖଲ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପୂର୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ଉଚ୍ଛେଦ ପାଇଁ ୨୮ଜଣଙ୍କୁ ତହସିଲଦାର ଜାରିକଲେ ନୋଟିସ

12

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଅର୍ଜୁନବିନ୍ଧା – ମଧୁପୁର ରାସ୍ତାର ଅର୍ଜୁନବିନ୍ଧା ଗାଁ ରାସ୍ତାରେ ଗ୍ରୀଷ୍ମ ଋତୁରେ ବର୍ଷା ପାଣି ଲହଡି ଖେଳୁଛି ।ଅର୍ଜୁନବିନ୍ଧା ଗାଁ ରାସ୍ତାକୁ କିଛି ଲୋକ ଜବରଦଖଲ କରିଥିବାରୁ ରାସ୍ତା ନିର୍ମାଣରେ ବ୍ୟାହତ ସୃଷ୍ଟି ହେଉଛି ।ଗାଁ ରାସ୍ତାକୁ ଜବରଦଖଲ ମୁକ୍ତକରି ରାସ୍ତା ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଉଛି ।ଗ୍ରାମ ବାସୀଙ୍କ ଦାବିଉପରେ ପ୍ରଶାସନ ଗୁରୁତ୍ୱଦେଇ ଗତ ୧୫ ଦିନ ତଳେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ,ତହସିଲଦାର ଜୟଦରଥ ଆଚାର୍ଯ୍ୟ,ବିଡ଼ିଓ ନିରଞ୍ଜନ ବାରିକ , ଜିଲ୍ଲା ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଘୋଷ କ୍ଷେତ୍ରିୟ ଅନୁଧ୍ୟାନ କରିଥିବା ବେଳେ ବ୍ଲକ କନିଷ୍ଠ ଯନ୍ତ୍ରୀ ଲଲାଟେନ୍ଦୁ ପାଲ ଓ ସମ୍ବାଦିକ ଅକ୍ଷୟ ବଳ ଉପସ୍ଥିତ ଥିଲେ ।ପରେ ରାସ୍ତାକୁ ଯେଉଁମାନେ ଜବରଦଖଲ କରିଛନ୍ତି ସେମାନଙ୍କୁ ଉଚ୍ଛେଦ କରିବାକୁ ବିଭାଗୀୟ ଯନ୍ତ୍ରୀ ଶ୍ରୀ ଘୋଷ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀଙ୍କୁ ଚିଠି ଲେଖିଥିଲେ। ତିହିଡି ତହସିଲଦାର ଜୟଦରଥ ଆଚାର୍ଯ୍ୟ ଉପଜିଲ୍ଲାପାଳ ଶ୍ରୀ ଚକ୍ରବର୍ତିଙ୍କ ଉଚ୍ଛେଦ ନିର୍ଦ୍ଦେଶ ପାଇବାପରେ ଅର୍ଜୁନବିନ୍ଧା ଗ୍ରାମ ରାସ୍ତାର ୨୮ ଜଣ ଜବରଦଖଲକାରୀଙ୍କୁ ଜବରଦଖଲ ମୁକ୍ତକରିବାକୁ ନୋଟିସ କରିଛନ୍ତି ।ଏହାପରେବି ଶାନ୍ତିପୂର୍ଣ୍ଣଭାବେ କିପରି ଜବରଦଖଲ ମୁକ୍ତହୋଇପାରିବ ସେନେଇ ପ୍ରଶାସନ ଉଦ୍ୟମ କରୁଛି । ଜବରଦଖଲକାରୀ ଓ ଗ୍ରାମବାସୀଙ୍କ ସହିତ ତହସିଲଦାର, ବିଡ଼ିଓ,ପୋଲିସ ଏକ ବୈଠକରେ ଆଲୋଚନାକରି ଜବରଦଖଲକାରୀମାନେ କିପରି ନିଜେ ନିଜେ ଜବରଦଖଲ ମୁକ୍ତକରି ରାସ୍ତାନିର୍ମାଣ କାର୍ଯ୍ୟରେ ସହଯୋଗ କରିବେ ସେଥିପାଇଁ ସେମାନଙ୍କୁ ବୁଝା ସୁଝା କରାଯିବ ବୋଲି ତହସିଲଦାର ଶ୍ରୀ ଆଚାର୍ଯ୍ୟ ଚେଷ୍ଟା ଚଳାଇଛନ୍ତି । ଅର୍ଜୁନବିନ୍ଧା – ମଧୁପୁର ରାସ୍ତାଉପରେ ଡୌଲତପୁର, ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ହଜାର ହାଜର ଲୋଜ ନିର୍ଭର କରିଥାନ୍ତି ।ଏହିରାସ୍ତା ନିର୍ମାଣପାଇଁ ୯ କୋଟି ୯ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା । ଗଜ ୨୦୨୩ ମସିହା ଫେବୃଆରୀ ୧୪ ତାରିଖରେ ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ ରାସ୍ତାର ଶିଳାନ୍ୟାସ କରିଥିଲେ । ଚୁକ୍ତି ଅନୁଯାୟୀ ରାସ୍ତା ନିର୍ମାଣକାର୍ଯ୍ୟ ୨୦୨୪ ଡିସେମ୍ବର ୩୦ ତାରିଖରେ ଶେଷ ହେବାକଥା । ମାତ୍ର ରାସ୍ତାନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇପାରି ନାହିଁ ।ଫଳରେ ରାସ୍ତାରେ ଯାତାୟାତ କରୁଥିବା ଲୋକ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏଥିସହ ଅର୍ଜୁନବିନ୍ଧା ଗାଁର ପ୍ରାୟ ୧କି .ମି ରାସ୍ତା ନିର୍ମାଣ ହୋଇ ପାରୁନାହିଁ । ଫଳରେ ଅର୍ଜୁନବିନ୍ଧା ଗ୍ରାମବାସୀଙ୍କ ସହିତ ପଥଚାରି ଅସୁବିଧାରେ ପଡୁଛନ୍ତି ।ଯେଉଁଥି ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ଜବର ଦଖଲ ଉଛେଦ କରାଯାଇ ରାସ୍ତା ନିର୍ମାଣ କରାଯିବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।ଗତ ୯ ମାସତଳେ ଜିଲ୍ଲପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଅର୍ଜୁନବିନ୍ଧାରେ ପହଂଚି ଜବରଦଖଲ ମୁକ୍ତକରି ରାସ୍ତାନିର୍ମାଣ କାର୍ଯ୍ୟ ଶେଷକରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ପରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ରାସ୍ତାନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବା ଦିଗରେ ପଦକ୍ଷେପ ନେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.