Home ଜିଲ୍ଲା ପରିକ୍ରମା ଅରୁଣ ଭାରତୀ ବିଦ୍ୟା ବାଣୀ ଭବନର ୨ ଛାତ୍ରଙ୍କ କୃତିତ୍ୱ

ଅରୁଣ ଭାରତୀ ବିଦ୍ୟା ବାଣୀ ଭବନର ୨ ଛାତ୍ରଙ୍କ କୃତିତ୍ୱ

48

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ୍ ଅଧୀନ ଘଣ୍ଟେଶ୍ୱରରେ ଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଅରୁଣ ଭାରତୀ ବିଦ୍ୟା ଭବନରେ ପଞ୍ଚମ ଶ୍ରେଣୀର ପଢୁଥିବା ୨ ଛାତ୍ରଙ୍କ ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଘଣ୍ଟେଶ୍ୱର ସମେତ ତିହିଡି ବ୍ଲକ୍‌ର ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବହୁ ମେଧାବୀ ଛାତ୍ରଛାତ୍ରୀ ତିଆରି କରିବା କାରଖାନା ଭାବେ ଭଦ୍ରକ ଜିଲାରେ ସୁନାମ ଅର୍ଜନ କରିଛି । ପ୍ରତିଷ୍ଠାନର ପ୍ରତିଷ୍ଠାତା ଓ ଅଧ୍ୟାପିକା ଭାବେ ସାହିତ୍ୟିକ ସଂଯୁକ୍ତା ଭାରତୀଙ୍କ ଅବଦାନ ଓ ନିଜର ସମସ୍ତ ତ୍ୟାଗକୁ ଜଳାଞ୍ଜଳି ଦେଇ ଏଠାରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ପିଲା ଭଳି ଭାବି ଏ ଦୁନିଆରେ କିପରି ସେମାନେ ଉଚ୍ଚଶିକ୍ଷା ଲାଭ କରି କିପରି ଉନ୍ନତି ପଥେ ଆଗେଇବେ, ସେଥିପ୍ରତି ଅତୁଳନୀୟ ଅବଦାନ ରହିଛି ତାହା ସମସ୍ତେ ଜାଣନ୍ତି । ଏହି ଅତୁଳନୀୟ ଅବଦାନ ପାଇଁ କୃତି ଛାତ୍ରଙ୍କ ପରିବାର ବର୍ଗ ମଧ୍ୟ ଅଧ୍ୟାପିକାଙ୍କୁ ସାଧୁବାଦ ଜଣାଇଥିବା ବେଳେ ତାଙ୍କ ପିଲାମାନେ ଏଭଳି ଏକ ଅଗ୍ରଣୀ ଅନୁଷ୍ଠାନରେ ଶିକ୍ଷାଦାନ କରୁଥିବାରୁ ଶିକ୍ଷାନୁଷ୍ଠାନରେ ଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି । ଦୁଇ କୃତି ଛାତ୍ର ହେଲେ ଖଦାଳପୋଖରୀ ପଂଚାୟତ ସୁନାରୀ ପୋଖରୀ ଗ୍ରାମର ଆନନ୍ଦ ବଳ ଓ ଗୋଲାପ ବଳଙ୍କ ପୁତ୍ର ଦିବାକର ବଳ । ନାୟକାଣୀଡିହି ଥାନା ଅଂଚଳର ବୈକୁଣ୍ଠ ମଳିକ ଓ ନମିତା ଦାଶଙ୍କ ପୁତ୍ର ଶୁଭମ ମଳିକ । ଏହି ଦୁଇ ଛାତ୍ର ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ଅରୁଣ ଭାରତୀ ବିଦ୍ୟାବାଣୀ ଭବନ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.