ନୂଆ ଦିଲ୍ଲୀ ୧୫-୪ (ଓଡ଼ିଆ ପୁଅ) ଆଜି (ଶୁକ୍ରବାର) ସକାଳ ୬.୫୬ ରେ ଉତ୍ତର-ପୂର୍ବ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି।
ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ଥିଲା।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂମିକମ୍ପର କେନ୍ଦ୍ର ପାଙ୍ଗିନର ଉତ୍ତରରେ ଥିଲା।
ଏ ପର୍ଯ୍ୟନ୍ତ କୌଣସି ହତାହତ ହେବାର ଖବର ଆସିନାହିଁ।