Home ଜିଲ୍ଲା ପରିକ୍ରମା ଅରୁଣଙ୍କ ସୁସ୍ଥତା କାମନାରେ ୧୦୮ ଓଁକାର ମନ୍ତ୍ର ଓ ଦୀପଦାନ

ଅରୁଣଙ୍କ ସୁସ୍ଥତା କାମନାରେ ୧୦୮ ଓଁକାର ମନ୍ତ୍ର ଓ ଦୀପଦାନ

118

ନୟାଗଡ଼, ୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ କରୋନା ପଜିଟିଭ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲାବେଳେ ତାଙ୍କର ଆରୋଗ୍ୟ କାମନା କରି ନୟାଗଡ଼ର ନାଟ୍ୟ ମନସ୍କ କଳାକାର, ନିର୍ଦ୍ଦେଶକ, ନାଟ୍ୟକାରମାନେ ୧୦୮ ଥର ଓଁକାର ମନ୍ତ୍ର ଉଚ୍ଚାରଣ କରିଥିଲେ। ନାଟ୍ୟଶାଳା ମଂଚାୟନ ତରଫରୁ ଆୟୋଜିତ ଏହି ପ୍ରାର୍ଥନା କାର୍ଯ୍ୟକ୍ରମକୁ ସଭାପତି ନଳିନୀକାନ୍ତ ମିଶ୍ର ଓ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଆୟୋଜନ କରିଥିଲେ। ଏଥିରେ ରାଗେଶ୍ରୀ ନିଳୟମ, ସିରିୟସ ଜୋନ୍‌, ସୁଧା, ଜିଲା କର୍ମଚାରୀ ସାଂସ୍କୃତିକ ସଂଘର ନାଟ୍ୟକର୍ମୀମାନେ ସମବେତ ହୋଇ ମା’ଦକ୍ଷିଣକାଳୀଙ୍କ ନିକଟରେ ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏଥିରେ ଭଗବତୀ ଚରଣ ପଟ୍ଟନାୟକ, କିଷାନ ଦାସ, ପ୍ରଫୁଲ ନାୟକ, ପ୍ରଭାତ ଦାଶ, ଆଶୁତୋଷ ମିଶ୍ର, ପ୍ରଭାତ ମିଶ୍ର, ପ୍ରଶାନ୍ତ ସାମନ୍ତରାୟ, କମଳ ଦାସ, ଗୋକୁଳ କୁମାର ଷଡ଼ଙ୍ଗୀ, କୈଳାଶ ଓଝା, ବିଜୟାନନ୍ଦ ମହାପାତ୍ର, ସୁଦର୍ଶନ ରାଉତ, ପ୍ରସନ୍ନ ଜୟ ସିଂ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଜିଲା ମହିଳା ବିଜୁ ଜନତା ଦଳ ଓ ଯୁବ ବିଜେଡି କର୍ମୀମାନଙ୍କ ପକ୍ଷରୁ ମା’ଦକ୍ଷିଣକାଳୀଙ୍କ ନିକଟରେ ମନ୍ତ୍ରୀଙ୍କ ସୁସ୍ଥତା ପାଇଁ ଦୀପଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.