Home ଓଡ଼ିଶା ଅରୁଣଙ୍କ ମାରାଥନ ପ୍ରଚାର ଓ ରୋଡ଼ ସୋ

ଅରୁଣଙ୍କ ମାରାଥନ ପ୍ରଚାର ଓ ରୋଡ଼ ସୋ

396

ନୟାଗଡ଼, ୨୦ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ ସାହୁଙ୍କ ମାରାଥନ ପ୍ରଚାର ଓ ରୋଡ଼-ସୋରେ ନାହିଁ ନଥିବା ଗହଳି ଚହଳି ପରିଲକ୍ଷିତ ହେଉଛି। ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ନିଜେ ବାଇକରେ ରୋଡ଼ ସୋ ସହିତ ଗାଁ ଗାଁ ବୁଲି ପ୍ରଚାର କରି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। ସବୁଠାରେ ଅରୁଣଙ୍କୁ ବିପୂଳ ସମର୍ଥନ ମିଳୁଥିବା ସହ ସବୁଠାରେ ସେ ଭୋଟରଙ୍କ ମନ ଜିଣିବାରେ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳୁଛି। ଯେଉଁ ଗାଁକୁ ଯାଉଛନ୍ତି ସେଠାରେ ଅରୁଣଙ୍କୁ ବିପୁଳ ଭାବରେ ସ୍ୱାଗତ ସମ୍ବର୍ଦ୍ଧନା ମିଳୁଛି। ଶୁକ୍ରବାର ସେ ସିନ୍ଦୁରିଆ, ଭାଟସାହି, ମୁଥାଗାଡ଼ିଆ, ନବଘନପୁର, ଲକ୍ଷ୍ମୀପ୍ରସାଦ, ବାଲୁଗାଁ, ଇଟାମାଟି ଆଦି ପଂଚାୟତରେ ପ୍ରଚାର ସହ ରୋଡ଼-ସୋ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.