Home କେନ୍ଦ୍ରାପଡ଼ା ଅରିନ୍ଦମ, ସୀତାରାମ ଓ ଗଜରାଜଙ୍କୁ ଶ୍ରଦ୍ଧାଞ୍ଜଳି

ଅରିନ୍ଦମ, ସୀତାରାମ ଓ ଗଜରାଜଙ୍କୁ ଶ୍ରଦ୍ଧାଞ୍ଜଳି

86

କେନ୍ଦ୍ରାପଡ଼ା ୮ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାଶ, ଓଡ୍ରାଫ ସଦସ୍ୟ ସୀତାରାମ ମୁର୍ମୁ ଓ ମହାନଦୀରେ ବୁଡି ପ୍ରାଣ ହରାଇଥିବା ବଣୁଆ ହାତୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କଂସାର ପଞ୍ଚାୟତ ଚଣ୍ଡିଆ ପଲ୍ଲୀ ଗାଁ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାରମ୍ଭରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ସମାଜସେବୀ ସନ୍ତୋଷ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବେ ଯୋଗ ଦେଇ ଯୁବ ସାମ୍ବାଦିକ ଦିଲ୍ଲିପ ମହାନ୍ତିି, ବାସନ୍ତୀ ମହାପାତ୍ର ଓ କବିତା ପ୍ରଧାନ ସାମ୍ବାଦିକମାନଙ୍କ ସୁରକ୍ଷାପାଇଁ ସରକାର ଅଧିକ ଯତ୍ନବାନ ହେବାକୁ ମତ ଦେଇଥିଲେ। ସେହିପରି ଅରିନ୍ଦମ ଦାଶଙ୍କ ପରିବାରଙ୍କୁ ସରକାର ୧କୋଟି ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମନୋଜ ସ୍ୱାଇଁ, ହରେକୃଷ୍ଣ ବେହେରା, ରାକେଶ ଲେଙ୍କା, ବଳରାମ ବେହେରା, ମନୋଜ ନାୟକ, ଉମେଶ ଚନ୍ଦ୍ର ମହାରଣା, ଉମାଶଙ୍କର ମହାପାତ୍ର, ପ୍ରଦୀପ ସାହୁ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୈାମେନ୍ଦ୍ର ଦାସ, ଦୁର୍ଗାପ୍ରସାଦ ବେହେରା, ଗୈାରାଙ୍ଗ ସ୍ୱାଇଁ, ଦିଲ୍ଲିପ ନାୟକ, ବାନାମ୍ବର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ବୀରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.