Home ଓଡ଼ିଶା ଅମାନିଆ ଔଷଧ ଦୋକାନୀ ଗଣିଲେ ତଣ୍ଡ , ୬ ଦୋକାନ ସିଲ

ଅମାନିଆ ଔଷଧ ଦୋକାନୀ ଗଣିଲେ ତଣ୍ଡ , ୬ ଦୋକାନ ସିଲ

289

ହାଟଡ଼ିହି- ୨୧/୭ ବାରମ୍ବାର ଆନନ୍ଦପୁର ପ୍ରଶାସନ ତରଫରୁ ତାଗିଦ ପରେ ମଧ୍ୟ ଆନନ୍ଦପୁର ପୈରାଞ୍ଚଳ ର କେତେକ ଔଷଧ ଦୋକାନୀ ଓ ନର୍ସିଂହୋମ କୋଭିଡ୍ ନିୟମକୁ ମାନୁ ନାହାଁନ୍ତି । ନିଜ ନିଜ ବ୍ୟବସାୟିକ ସଂସ୍ଥା ଠାରେ ସାମାଜିକ ଦୂରତା ଫୁ କରି ମାଳମାଳ ଗ୍ରାହକ ଙ୍କୁ ଏକାସଙ୍ଗେ ଔଷଧ ଦେଉଛନ୍ତି । ଏ ଭଳି କ୍ଷେତ୍ରରେ ଆଜି ଆକ୍ସନ୍ ମୁଡ କୁ ଆସିଥିଲା ସ୍ଥାନିୟ ପ୍ରଶାସନ । କୋଭିଡ୍ ନୋଡାଲ ଅଫିସର ଙ୍କ ନେତୃତ୍ବରେ ଆନନ୍ଦପୁର ପୌରନିର୍ବାହୀ ଅଧିକାରୀ , ଉପଖଣ୍ଡ ଚିକିତ୍ସା ଅଧିକାରୀ ଓ ଘସିପୁରା ପୋଲିସ୍ ଙ୍କୁ ନେଇ ବିଭିନ୍ନ ଔଷଧ ଦୋକାନ ଓ ନର୍ସିଂହୋମ ଉପରେ ଚଢାର କରିଥିଲେ । କୋଭିଡ୍ ନିୟମ ଖିଲାପ ଅଭିଯୋଗରେ ପୌରାଞ୍ଚଳରେ ଥିବା ୬ ଗୋଟି ଦୋକାନ ସିଲ୍ କରିଛି ପ୍ରଶାସନ । ସେହିପରି ୨୦ ଉର୍ଧ ଦୋକାନି ଙ୍କ ଠାରୁ ଫାଇନ୍ ଆକାରରେ ମୋଟ ୫୮ ହଜାର ଟଙ୍କା ଆଦାୟ ହୋଇଛି । ଏହି ଚଢ଼ାଉ ପରେ ପରେ ବ୍ୟବସାୟୀ ମହଲରେ କୋକୁଆ ଭୟ ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.