Home ଜିଲ୍ଲା ପରିକ୍ରମା ଅମାନିଆଙ୍କୁ ସାବାଡ କରିବା ପାଇଁ ଲାଗୁ ହୋଇଛି କଡା ନିୟମ

ଅମାନିଆଙ୍କୁ ସାବାଡ କରିବା ପାଇଁ ଲାଗୁ ହୋଇଛି କଡା ନିୟମ

83

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ସାରା ବିଶ୍ୱରେ ତାର ଦ୍ୱିତୀୟ ଲହରୀର କରାଳ ରୂପ ଦେଖାଇଛି । ପ୍ରତିଦିନ ଆମ ଦେଶରେ ପାଖାପାଖି ୪ ଲକ୍ଷ ସଂକ୍ରମଣ ହେଉଥିବାବେଳେ ରାଜ୍ୟରେ ପ୍ରାୟ ପ୍ରତିଦିନ ୧୦ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମଣ ହେଉଛନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ସାଙ୍ଗକୁ ଗାଇଡ୍‌ଲାଇନ୍ ମଧ୍ୟ ଜାରି କରାଯାଇଛି । ତେବେ ଆମ୍ଭ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୫ ତାରିଖରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଲକଡାଉନ୍ ସମୟରେ ସକାଳ ୬ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ କେବଳ ମାଛ, ମାଂସ, ଅଣ୍ଡା, ପନିପରିବା, ଫଳ ଓ ଗ୍ରୋସରୀ ଦୋକାନ ଖୋଲା ରହିବା ସହ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ କୁହାଯିବା ସହ କେବଳ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନେ ନିହାତି ଆବଶ୍ୟକ ପଡିଲେ ବାଇକ୍ ଯୋଗେ ଯାଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ ଏହି ସମୟରେ ଅମାନିଆମାନେ ସରକାରଙ୍କ କଟକଣା ଓ ଗାଇଡ୍‌ଲାଇନ୍‌କୁ ନମାନି ଅଯଥାରେ ମାର୍କେଟ୍‌ରେ ଭିଡ ଜମାଉଥିବା ସହ ଗାଡିନେଇ ଏଣେତେଣ ବୁଲୁଥିବାର ଦେଖାଯାଇଛି । ଆଜି ସହରରେ ଲକଡାଉନ୍ ସଂକ୍ରମଣକୁ ଆଖିଆଗରେ ରଖି ଯେଉଁ ଅମାନିଆମାନେ ହେଲମେଟ୍ ପିନ୍ଧିବା ସମୟରେ ମାସ୍କ ବ୍ୟବହାର କରୁନାହାଁନ୍ତି, ସେମାନଙ୍କର ଫାଇନ୍ କଟାଯାଇଛି । ତେବେ ଚରମ୍ପା, ବାଇପାସ, ନୂଆବଜାର, କଚେରୀ ଛକ ଓ ବନ୍ତଛକରେ ଚାଲିଛି ଜୋରଦାର ଚେକିଂ । ତଥାପି ଆଜି ବହୁ ଲୋକ ଏହି କଟକଣାକୁ ନମାନି ବାଇକ୍‌ରେ ବିଭିନ୍ନ ଆଳରେ ବଜାରକୁ ଆସିଥିଲେ । ଭଦ୍ରକର ବିଭିନ୍ନ ପ୍ରବେଶ ପଥରେ ଚେକିଂ ହେଉଥିବାରୁ ଅମାନିଆ ଗାଡି ଚାଳକମାନେ ମୋଟା ଅଙ୍କର ଫାଇନ୍ ଗଣୁଛନ୍ତି । ତେବେ ଆସନ୍ତାକାଲିଠାରୁ ଆଜି ସକାଳ ପର୍ଯ୍ୟନ୍ତ ୧ ଲକ୍ଷ ୯୩ ହଜାର ୪ ଶହ ଟଙ୍କା ଫାଇନ୍ କଟାଯାଇଛି ବୋଲି ଭଦ୍ରକ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.