Home କେନ୍ଦୁଝର ଅଭୟ ଏଣ୍ଡ ସୁଶାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅଭୟ ଏଣ୍ଡ ସୁଶାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

16

ହାଟଡିହି, ୧୫ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ବୃନ୍ଦାବନପୁର ଠାରେ ଦୋସ୍ତୀ କ୍ଲବ ପକ୍ଷରୁ ଆୟୋଜିତ ଅଭୟ ଏଣ୍ଡ ସୁଶାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀନିବାସ ସ୍ୱାଇଁ, ବୃନ୍ଦାବନପୁର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ହରିହର ଦାସ, ଶିକ୍ଷକ ଅମୁଲ୍ୟ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦ୍‌ଘାଟନୀ ମ୍ୟାଚ କାହ୍ନା ଇଲେଭେନ ଓ ମା ମଙ୍ଗଳା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମା ମଙ୍ଗଳା କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୦ଓଭରରେ ୮ଉଇକେଟରେ ୯୬ରନ କରିଥିବାବେଳେ କାହ୍ନା ଇଲେଭେନ ୭ଓଭରରେ ୧ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇ ବିଜୟୀ ହୋଇଥିଲା । ମୁକ୍ତିକାନ୍ତ ସ୍ୱାଇଁ ଓ ଦେବରଞ୍ଜନ ସ୍ୱାଇଁ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଶ୍ରୀକାନ୍ତ ସ୍ୱାଇଁ ସ୍କୋରର ଓ ସନାତନ ମହାନ୍ତି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.