Home ଜିଲ୍ଲା ପରିକ୍ରମା ଅଭ୍ୟାସ ହେବ ସାଗର କବଚ

ଅଭ୍ୟାସ ହେବ ସାଗର କବଚ

46

ବାହାନଗା,୨୮ା୧୦(ଭାରତୀ ଦାସ / ଓଡ଼ିଆ ପୁଅ) : ମେରାଇନ ପୋଲିସ , ଭାରତୀୟ ତଟରକ୍ଷା ବାହୀନୀ ମିଳିତ ଆନୁକୂଲ୍ୟରେ ସମୁଦ୍ର ତଟ ସୁରକ୍ଷା କୌଶଳ ଅଭ୍ୟାସ “ ସାଗର କବଚ” ଆସନ୍ତା ୦୫/୧୧/୨୦ ଓ ୦୬/୧୧/୨୦ତାରିଖ ସମୁଦ୍ର ଉପକୁଳରେ ଅନୁଷ୍ଠିତ ହେବ । ଏହି ସମୟରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଓ ବାହାନଗା ବ୍ଲକ ଅଧିନରେ ଥିବା ଜାମୁକା ମୁହାଣ, ଗଦେଇ ସାଗର ମତ୍ସ ଅବତରଣ କେନ୍ଦ୍ର ଓ ପଞ୍ଚୁବିଶା କେନ୍ଦ୍ରର ସମସ୍ତ ବୋଟ ତନ୍ନ ତନ୍ନ କରି ଯାଞ୍ଚ କରାଯିବ । ଏହି ପରିପ୍ରେକ୍ଷିରେ ଅତିରିକ୍ତ ମତ୍ସ ଅଧିକାରୀ ବାଲେଶ୍ୱର (ସାମୁଦ୍ରିକ )ଓ ସହକାରୀ ମତ୍ସ ଅଧିକାରୀ (ସାମୁଦ୍ରିକ ସଂପ୍ରସାରଣ) ଗୋପାଳପୁର ପକ୍ଷରୁ ସୂଚନା ଦିଆ ଯାଇଛି । ତେଣୁ ବୋଟ ମାଲିକ ମାନେ ସେମାନଙ୍କର ବୁଟର ସଠିକ କଲର କୋଡ଼ିଂ ସହ ବୋଟରେ ରେଜିଷ୍ଟ୍ରେସନ , ବୋଟର ନାମ , ମାଛ ଧରିବାକୁ ଯିବା ସମୟରେ ଆବଶ୍ୟକୀୟ କାଜପତ୍ର ଯଥା ରେଜିଷ୍ଟ୍ରେସନ , ରିନୁଆଲ ଲାଇସେନସ୍ ସାର୍ଟିଫିକେଟ, ଲାଇଫ ଜାକେଟ, ଲାଇଫବ୍ୟୁୟ୍ , ସମସ୍ତ କର୍ମଚାରୀଙ୍କର ବାୟୋମେଟ୍ରିକ ପରିଚୟ ପତ୍ର, ଆଧାର ପରିଚୟପତ୍ର ପ୍ରଭୃତି ସାଙ୍ଗରେ ନେବାକୁ ସୂଚନା ଦିଆ ଯାଇଥିବାର ଜଣାପଡ଼ିଛି । ଏହା ପରେ ଯଦି କୌଣସି ସନ୍ଦେହ ଜନକ ବୋଟ ଦେଖିଲେ ତୁରନ୍ତ ମେରାଇନ ପୋଲିସ ଓ ମତ୍ସ ଅଧିକାରୀ ବାଲେଶ୍ୱର (ସାମୁଦ୍ରିକ )ଓ ସହକାରୀ ମତ୍ସ ଅଧିକାରୀ (ସାମୁଦ୍ରିକ ସଂପ୍ରସାରଣ) ଗୋପାଳପୁରଙ୍କୁ ସୂଚନା ଦେବା ନିମନ୍ତେ ନିର୍ଦ୍ଦେଶ ଦିଆ ଯାଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.