Home ଓଡ଼ିଶା ଅଭିଭାବକଙ୍କ ଧାରଣା ପରେ ବିବାଦୀୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅନିଚ୍ଛାକୃତ ବଦଳି, ମେଡିକାଲ ରୁ ଡିସ୍‌ଚାର୍ଜ ପରେ...

ଅଭିଭାବକଙ୍କ ଧାରଣା ପରେ ବିବାଦୀୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅନିଚ୍ଛାକୃତ ବଦଳି, ମେଡିକାଲ ରୁ ଡିସ୍‌ଚାର୍ଜ ପରେ ପୁଣି ଚିକିତ୍ସା ଆରମ୍ଭ, ନିଲମ୍ବନ ଦାବି କଲେ ଅଭିଭାବକ

52

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି ପଞ୍ଚାୟତ ଅରେଇକଣା ଉପ୍ରା ସ୍କୁଲର ଜନୈକ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷୟତ୍ରୀଙ୍କ ବେତ୍ରାଘାତ ଅଭିଯୋଗର ତଦନ୍ତ ସହ ପଦକ୍ଷେପ ଗ୍ରହଣ କରାଯାଇଛି। ୮ ଦିନ ଧରି ଘଟଣାକୁ ଏଡାଇ ଆସୁଥିବା ବ୍ଲକ ଶିକ୍ଷା ବିଭାଗ ସଂପୃକ୍ତ ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତି ଦେଇଙ୍କୁ ମାଳଦା ଉପ୍ରା ସ୍କୁଲକୁ ଶୁକ୍ରବାର ବଦଳି କରିଥିବା ନେଇ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ ସୂଚନା ଦେଇଛନ୍ତି। ପ୍ରଶାସନ ଟାଳଟୁଳ ଅଭିମୁଖ୍ୟକୁ ବିରୋଧ କରି ଛାତ୍ରୀଙ୍କ ପିତା ଅନନ୍ତ ପରିଡା ଓ ଅଭିଭାବକଙ୍କ ପକ୍ଷରୁ ଶୁକ୍ରବାର ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦିଆଯିବା ମାତ୍ରେ ଶିକ୍ଷାବିଭାଗ ଓ ପୁଲିସ ତତ୍ପର ହୋଇ ଉଠିଥିଲା। ଶିକ୍ଷାଧିକାରୀ ଶ୍ରୀ ତରାଇ ଓ ଶିକ୍ଷାସଂଯୋଜକ କୈଳାସ ସାମଲ ଭଦ୍ରକ ଯାଇ ଚିକିତ୍ସାଧନ ଛାତ୍ରୀଙ୍କୁ ଭେଟିଥିଲେ। ବ୍ଲକ ଶିକ୍ଷାସଂଯୋଜକ ଅକ୍ଷୟ କୁମାର ଜେନା ଓ ପୁଲିସ ଉପଖଣ୍ଡ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ସ୍କୁଲକୁ ଯାଇ ତଦନ୍ତ କରିବା ସହ ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ। ବିବାଦୀୟ ପ୍ରଧାନଶିକ୍ଷୟତ୍ରୀଙ୍କ ସ୍ୱାମୀ ସ୍କୁଲକୁ ଆସି ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପକୁ ବିରୋଧ କରି ଉତ୍ତେଜନା ପ୍ରକାଶ ପାଇଥିଲା।

ପରିସ୍ଥିତି ଉତ୍କଟ ହେଉଥିବା ଅନୁଭବ କରି ଛାତ୍ରୀଙ୍କୁ ଠାକୁର ପୂଜା କରାଇବା ଓ ମାଡ ହେବା ସତ୍ୟ ବୋଲି ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଛୁଟି ନେବାକୁ ଆଜି ବିଦ୍ୟାଳୟକୁ ଆସିଥିବା ପ୍ରଧାନଶିକ୍ଷୟତ୍ରୀଙ୍କୁ ସହ ଶିକ୍ଷୟତ୍ରୀଙ୍କୁ ଦାଇତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଅପରାହ୍ନରେ ବଦଳି କରାଯାଇଛି। ଅନ୍ୟ ପକ୍ଷରେ ଭଦ୍ରକ ମେଡିକାଲରେ ଶୁକ୍ରବାର ଦିନ ପ୍ରାୟ ୧୦ଟା ବେଳେ ଚିକିତ୍ସାଧିନ ଛାତ୍ରୀଙ୍କୁ ଡିସଚାର୍ଯ୍ୟ କରାଯିବା ପରେ ପୁଣି ଚିକିତ୍ସା ଆରମ୍ଭ କରାଯାଇଥିବା ନେଇ ଛାତ୍ରୀଙ୍କ ମାତା ସୂଚନା ଦେଇଛନ୍ତି। ବାରମ୍ବାର ପଚରାଉଚରା କରିବା ଦ୍ୱାରା ଛାତ୍ରୀ ମାନସିକ ଭାବେ ଆଘାତପ୍ରାପ୍ତ ହୋଇଥିବା ନେଇ ମାଆ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବଦଳି ଏକ ଦଣ୍ଡ ନୁହେଁ ସଂପୃକ୍ତ ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯିବା ଉଚିତ ବୋଲି ଅଭିଭାବକମାନେ ଶିକ୍ଷାଧିକାରୀଙ୍କୁ ଚେତାଇ ଦେଇଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୧୫ ତାରିଖ ଶୁକ୍ରବାର ବିଦ୍ୟାଳୟରେ ସଂପୃକ୍ତ ଛାତ୍ରୀଙ୍କ ପ୍ରଧାନଶିକ୍ଷୟତ୍ରୀ ଠାକୁର ପୂଜାପାଇଁ ପ୍ରଧାନଶିକ୍ଷୟତ୍ରୀ ଛାତ୍ରୀଙ୍କୁ କହିଥିଲେ। ଠାକୁର ପୂଜା ସମୟରେ ଅସାବଧାନତା ବଶତଃ ପାଣିଗ୍ଲାସରେ ଗୋଡ ବାଜିଯିବାରୁ ପ୍ରଧାନଶିକ୍ଷୟତ୍ରୀ କରାଇବା ସହ ଭୁଲ ପାଇଁ ବେତ୍ରାଘାତ କରିଥିଲେ। ଫଳରେ ଛାତ୍ରୀଙ୍କ ଆଘାତପ୍ରାପ୍ତ ହୋଇଥିଲା। ଯନ୍ତ୍ରଣା ହେବାରୁ ବୁଧବାର ଛାତ୍ରୀଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହ ଥାନାରେ ପ୍ରଧାନଶିକ୍ଷୟତ୍ରୀଙ୍କ ନାମରେ ଅଭିଯୋଗ ମଧ୍ୟ ଛାତ୍ରୀର ପିତା ଶ୍ରୀ ପରିଡା କରିଥିଲେ। ଥାନାରେ ୨୭୮/୨୨ନଂ ମାମଲା ବିଭିନ୍ନ ଦଫାରେ ଋଜୁ କରାଯାଇଛି। ଗୁରୁବାର ଅପରାହ୍ନରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରାଯାଇଥିବା ବେଳେ ଶୁକ୍ରବାର ନାମମାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.