Home ଜିଲ୍ଲା ପରିକ୍ରମା ଅଭିନ୍ନ ଓଡ଼ିଶା ନିବେଦିତ “ଗ୍ଲୋବାଲ ଅନ୍ତାକ୍ଷରୀ ” ଗ୍ରାଣ୍ଡ ଫିନାଲେ

ଅଭିନ୍ନ ଓଡ଼ିଶା ନିବେଦିତ “ଗ୍ଲୋବାଲ ଅନ୍ତାକ୍ଷରୀ ” ଗ୍ରାଣ୍ଡ ଫିନାଲେ

37

ଭୁବନେଶ୍ୱର ୨-୭ (ଓଡ଼ିଆ ପୁଅ) ଚଳିତ ଜୁନ ମାସ ୨୭ ତାରିଖ ଅର୍ଥାତ ଗତ ରବିବାର ଭାରତୀୟ ସମୟ ସନ୍ଧ୍ୟା ୭ଟା ରେ ଅଭିନ୍ନ ଓଡ଼ିଶା ଦ୍ୱାରା ଆୟୋଜିତ ହେଇଥିଲା ଏକ ଅନନ୍ୟ ଭର୍ଚୁଆଲ୍ କାର୍ଯ୍ୟକ୍ରମ “ଗ୍ଲୋବାଲ ଓଡ଼ିଆ ଅନ୍ତାକ୍ଷରୀ ” ର ଗ୍ରାଣ୍ଡ ଫିନାଲେ।

zoom ପ୍ଲାଟଫର୍ମ ରେ ଅନୁଷ୍ଠିତ ଏହି ଅନ୍ତାକ୍ଷରୀ କାର୍ଯ୍ୟକ୍ରମରେ ବିଶ୍ଵର କୋଣ ଅନୁକୋଣରୁ ଓଡ଼ିଆଏ ଭାଗ ନେଇଥିଲେ। ଏଲିମିନେସନ ରାଉଣ୍ଡ ରେ ସମୁଦାୟ ଆଠଟି ଟିମ୍ ଏହି ଗ୍ରାଣ୍ଡ ଫିନାଲେ କୁ ଉତ୍ତୀର୍ଣ୍ଣ ହେଇଥିଲେ। ପ୍ରତିଯୋଗୀ ମାନଙ୍କ ଭିତରେ ଜିତିବା ପାଇଁ ଯେତିକି ଉତ୍ସାହ ଥିଲା ତା ଠାରୁ ଢ଼େର ଅଧିକା ଉତ୍କଣ୍ଠା ଥିଲା ଓଡ଼ିଆ ଗୀତ ଏବଂ ସଙ୍ଗୀତ ସହ ପୁନର୍ବାର ଯୋଡି ହେବାକୁ। ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି “ଗ୍ଲୋବାଲ ଓଡ଼ିଆ ଅନ୍ତାକ୍ଷରୀ ” ର ଗ୍ରାଣ୍ଡ ଫିନାଲେ ର ସବୁଠୁ ଅଧିକ ପଏଣ୍ଟ ରଖି ବିଜୟୀ ହେଇଥିଲେ ସୁଦୂର କତାର ରେ ରହୁଥିବା ଇପ୍ସିତା ଶତପଥୀ ଏବଂ ସାଗର ମହାନ୍ତି। ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ କେନ୍ଦ୍ରାପଡା ର ଡ଼ ପ୍ରିୟମ୍ବଦା ମିଶ୍ର ଏବଂ ଅଲିଭା ତ୍ରିପାଠୀ। ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ମନୋଜ ରଥ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ମହାଗୁରୁ ଦାଇତ୍ୱ ର ଭାର ସମ୍ଭାଳି ଥିଲେ। ଓଡ଼ିଆ ସିନେ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀ ଶଶାଙ୍କ ଶେଖର ଏହି କାର୍ଯ୍ୟକ୍ରମ ରେ ସମ୍ନାନୀୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ତିନୋଟି ସୁନ୍ଦର ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନକୁ ଜିଣି ପାରିଥିଲେ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଞ୍ଜୀବ ମିଶ୍ର, ଭବାନୀ ମହାନ୍ତି ଏବଂ ସଞ୍ଜୟ ପଟ୍ଟନାୟକ। ବିଚାରକ ଭାବେ ଉପସ୍ଥିତ ଥିଲେ ସଙ୍ଗୀତ ଗୁରୁ ଶ୍ରୀ ସୌଭାଗ୍ୟ ପ୍ରହରାଜ, ଶ୍ରୀମତୀ ରଶ୍ମିତା ସୁବୁଦ୍ଧି ଦାସ ଏବଂ ରଞ୍ଜନ କୁମାର ସାହୁ। ୟୁନାଇଟେଡ଼ କିଙ୍ଗଡ଼ମ ରୁ ଭବାନୀ ମହାନ୍ତି, ତାଳଚେରରୁ ସୌରଭ ଚକ୍ରବର୍ତ୍ତୀ ଏବଂ କତାର ରୁ ନୀତା ମେହେର ଙ୍କ ଲାଇଭ ଗୀତ ର ପରିବେଷଣ, କାର୍ଯ୍ୟକ୍ରମ ର ଅନ୍ୟତମ ମୁଖ୍ୟ ଆକର୍ଷଣ ରହିଥିଲା।

କନ୍ସୋଲ ମ୍ୟାନେଜ ର ଗୁରୁ ଦାଇତ୍ୱ ସମ୍ଭାଳି ଥିଲେ ଶାଶ୍ୱତ ଦେବଦତ୍ତ। କାର୍ଯ୍ୟକ୍ରମ ଆରମ୍ଭରେ ଅଭିନ୍ନ ଓଡ଼ିଶାର ଆଭିମୁଖ୍ୟ ସମ୍ବନ୍ଧରେ ଉପସ୍ଥିତ ଜନତାଙ୍କୁ ଅବଗତ କରାଇଥିଲେ ସଂସ୍ଥା ର ଅନ୍ୟତମ ବରିଷ୍ଠ ସଦସ୍ୟ ଶ୍ରୀ ଶରଣ ମିଶ୍ର ଏବଂ ଶେଷରେ ଧନ୍ୟବାଦ ବାର୍ତ୍ତା ପ୍ରଦାନ କରିଥିଲେ ଯୁକ୍ତରାଷ୍ଟ୍ର ଆମେରିକା ରେ ଅବସ୍ଥାପିତ ଅଭିନ୍ନ ଓଡ଼ିଶାର ବରିଷ୍ଠ ସଦସ୍ୟ ଶ୍ରୀ ଶୋଭନ୍ ମହାପାତ୍ର।

ଏହି କାର୍ଯ୍ୟକ୍ରମ ର ଡିଜିଟାଲ ମିଡ଼ିଆ ପାର୍ଟନର ଥିଲା ATR ମିଡ଼ିଆ।

ମହାମାରୀ ରେ ଗୃହବନ୍ଦୀ ଥିବା ଅସଂଖ୍ୟ ଓଡ଼ିଆଙ୍କ ପାଇଁ ଅଭିନ୍ନ ଓଡ଼ିଶାର ଏଭଳି ନିଆରା କାର୍ଯ୍ୟକ୍ରମ, ମନୋରଞ୍ଜନ ର ଜବରଦସ୍ତ ଖୁରାକ ଯୋଗାଇଛି।

ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମକ ବିଶ୍ଵବ୍ୟାପୀ ଦର୍ଶକ ଅଭିନ୍ନ ଓଡ଼ିଶାର ୟୁ ଟୁବ ଚାନେଲ ରେ ଲାଇଭ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.