Home ଜିଲ୍ଲା ପରିକ୍ରମା ଅଭିନବ ଉପାୟରେ ମହିଳାଙ୍କୁ ଠକେଇ

ଅଭିନବ ଉପାୟରେ ମହିଳାଙ୍କୁ ଠକେଇ

8

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଂଚଳରେ ମହିଳା ଏବେ ସାଇବର ଠକେଇ ରେ ଶିକାର ହେଉଛନ୍ତି। ମହିଳା ମାନେ ଟଙ୍କା ଲୋଭ ରେ ସେମାନଙ୍କୁ ମୋବାଇଲ ନମ୍ବର ଲିଙ୍କ ଦେଇ ଦେଉଛନ୍ତି ତାପରେ ସରଳ ଭାବରେ ମହିଳା ମାନେ ଠକେଇରେ ଶିକାର ହେଉଛନ୍ତି ।ସୂଚନା ଥାଉକି ଗୁରୁବାର ଦିନ ୧୧.୩୦ ସମୟରେ ୭୪୮୪୮୧୫୩୬୭ ମୋବାଇଲ୍ ନମ୍ବର ରେ ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ର ବିରୁହା ର ଆଶା କର୍ମୀ ଅରୁଣୀ ପଣ୍ଡା ଙ୍କୁ ଫୋନ ଆସିଲା ତମ ଅଂଚଳ ଅଙ୍ଗନବାଡ଼ି କର୍ମୀ ଙ୍କ ନାମ ଓ ମୋବାଇଲ୍ ନମ୍ବର ଦିଅ ମୁଁ ଭଦ୍ରକ ସ୍କ୍ୱାର୍ଡ ଅଫିସ ରୁ କହୁଛି। ଆଶା କର୍ମୀ ଅଙ୍ଗନୱାଡି କର୍ମୀ ପ୍ରମିଳା ବାରିକ ଙ୍କ ନମ୍ବର ଦେବା ପରେ ଉକ୍ତ ଉକ୍ତ ଯୁବକ ପ୍ରମିଳା କୁ କେତେ ଗର୍ଭବତି ମହିଳା ଅଛନ୍ତି ସେମାନଙ୍କୁ ଠିକ୍ ଭାବରେ ସରକାରୀ ସାହାଯ୍ୟ ଦିଆଯାଇଛିକିନା କହି ବିଶ୍ୱାସ ଜମାଇ ଗର୍ଭବତିଙ୍କ ନମ୍ବର ଦିଅ ସେମାନେ ଠିକ୍ ଭାବରେ ସରକାରୀ ସାହାଯ୍ୟ ପାଉଛନ୍ତି କି ନା ସେମାନଙ୍କୁ ପଚରା ଯିବ । ଉପରୁ ଅଫିସର କହୁଥିବା ନେଇ ଅଙ୍ଗନବାଡ଼ି କର୍ମୀ ଗର୍ଭବତି ମହିଳା ଙ୍କ ନାମ କହିଥିଲେ ଅଙ୍ଗନବାଡ଼ି କର୍ମୀ ଙ୍କୁ ଲାଇନି ରେ ରଖି ଗର୍ଭବତି ମହିଳାଙ୍କ ସହ ଉକ୍ତ ଯୁବକ କଥା ହୋଇଥିଲେ ।ପରେ ସେ ମହିଳା ଅର୍ଚ୍ଚନା ସାହୁ, କୁନି ଜେନା,ରଞ୍ଜୁକ୍ତା ସାହୁ, ପାତୁନୁ ପଣ୍ଡା ଙ୍କୁ ଉକ୍ତ ଯୁବକ ଫୋନ୍ କରି କହିଥିଲେ ଯେ ତମକୁ ସରକାର ଙ୍କ ପକ୍ଷରୁ ୬ହଜାର ଟଙ୍କା ଅନ୍ ଲାଇନି ପେମେଂଟ କରାଯିବ ତମେ ୧୫୦୦ ଟଙ୍କା ଉକ୍ତ ନମ୍ୱର୍ ରେ ପଠା ଓ ମୋବାଇଲ୍ ଲିଙ୍କ ଟା ଦିଅ।ମୋବାଇଲ୍ ଲିଙ୍କ ଦେବା ପରେ ମହିଳା ଙ୍କ ଆକାଉଂଟ ରୁ ୨ ହଜାର ଲେଖାଏ କଟିଯାଇଛି।ପରେ ଉକ୍ତ ଗର୍ଭବତି ମହିଳା ମାନେ ଅଙ୍ଗନବାଡ଼ି କର୍ମୀ ପ୍ରମିଳା ବାରିକ ଙ୍କୁ କହିଲେ କିଏ ସେ ଅଫିସର ଆମେ ତାକୁ ମୋବାଇଲ୍ ଲିଙ୍କ ଦେଲାପରେ ଆମ ଆକାଉଂଟ ରୁ ଟଙ୍କା କଟିଯାଉଛି । ସଙ୍ଗେ ସଙ୍ଗେ ଅଙ୍ଗନବାଡ଼ି କର୍ମୀ ଉକ୍ତ ନମ୍ବର ରେ ଫୋନ କଲାପରେ ଉକ୍ତ ନମ୍ବରଟି ସୁଇଚିଅଫ ରହିଛି। ଟ୍ରୁ କଲର ରେ ସଂଜିବି କୁମାର ,ବିହାର ନାମ ଆସୁଛି। ତେବେ ଯାହା ଜଣା ପଡୁଛି ଏହା ସାଇବର ଠକ ବୋଲି ଅନୁମାନ କରା ଯାଉଛି।ତେବେ ସାଇବର ଠକ ମାନେ ଏବେ ଗର୍ଭବତି, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଙ୍କ ଉପରେ ନଜର ରଖି ଟଙ୍କା ଲୁଟୁଛନ୍ତି। ଏପଟେ ସରକାର ଙ୍କ ତରଫରୁ ବିଭିନ୍ନ ସ୍ଥାନରେ ସାଇବର ଠକାଇ ପାଇଁ ସଚେତନ କରା ଯାଉ ଥିଲେବି ମହିଳା ମାନେ ସଚେତନ ନ ହୋଇ ଏପରି ଠକାମୀରେ ଶିକାର ହେଉଛନ୍ତି। ତେବେ ଏ ନେଇ ଧାମନଗର ଥାନା ରେ ଅଭିଯୋଗ କରିବେ ବୋଲି ଠକାମୀରେ ଶିକାର ହୋଇଥିବା ମହିଳା ମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.