Home ଜିଲ୍ଲା ପରିକ୍ରମା ଅବ୍ୟବସ୍ଥା ଭିତରେ ମାଳିସାହି ସିଣ୍ଡିକେଟ୍ ବ୍ୟାଙ୍କ

ଅବ୍ୟବସ୍ଥା ଭିତରେ ମାଳିସାହି ସିଣ୍ଡିକେଟ୍ ବ୍ୟାଙ୍କ

132

ନୟାଗଡ଼, ୨୪ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହିରେ ଥିବା ସିଣ୍ଡିକେଟ୍ ବ୍ୟାଙ୍କ ବହୁ ଅବ୍ୟବସ୍ଥା ଭିତରେ ଗତି କରୁଥିବା ଦେଖିବାକୁ ମିଳୁଛି । ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିଲାବେଳେ ଗୃହ ଅଭାବ ସାଙ୍ଗକୁ ନେଟ୍ ସମସ୍ୟା ଯୋଗୁଁ ବ୍ୟାଙ୍କ କର୍ମଚାରୀମାନେ ବହୁ ଅସୁବିଧାରେ ବ୍ୟାଙ୍କ କାର୍ଯ୍ୟ ପରିଚାଳନା କରୁଥିବା ମୁଖ୍ୟ ସମସ୍ୟା ଦେଖାଦେଇଛି। ବିଶେଷକରି ବ୍ୟାଙ୍କ ଗ୍ରାହକମାନେ ଏଠାରେ ଉତ୍ତମ ସେବା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତିଯେ ଏହି ବ୍ୟାଙ୍କରେ ଆବଶ୍ୟକ ସେବା ଠିକ୍‌ରେ ଉପଲବ୍ଧ ହେଉନାହିଁ। ସାଧାରଣତଃ ଟଙ୍କା ଜମା କିମ୍ବା ଉଠାଣ କରିବାରେ ଘଂଟା ଘଂଟା ସମୟ ଲାଗିବା ସହିତ ଏପରିକି ଟିକିଏ ଟିକିଏ କାମକୁ ଦିନେ ଦୁଇଦିନେ ବ୍ୟାଙ୍କ ଧାଇଁବାକୁ ପଡ଼ୁଥିବାବେଳେ ବର୍ଷ ବର୍ଷ ଧରି ବ୍ୟାଙ୍କ ଖାତା ଅପ୍‌ଡେଟ୍ ହୋଇପାରୁନଥିବା ନେଇ ଅନେକ ବ୍ୟାଙ୍କ ଗ୍ରାହକ ଅଭିଯୋଗ କରିଛନ୍ତି। ବ୍ୟାଙ୍କ ଭିତରେ ସାଧାରଣତଃ ବ୍ୟାଙ୍କ କର୍ମଚାରୀମାନେ ଟିକେ ସୁବିଧାରେ ବସିବାକୁ ସ୍ଥାନ ନଥିବାବେଳେ ବ୍ୟାଙ୍କ ଗ୍ରାହକମାନେ ବ୍ୟାଙ୍କ ବାହାରେ ଖରା ବର୍ଷାରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ବ୍ୟାଙ୍କ କାର୍ଯ୍ୟ କରିବା ପାଇଁ  ଗ୍ରାହକମାନେ ବ୍ୟାଙ୍କ ଭିତରେ ଟିକେ ବସିବାତ ଦୂରର କଥା ସାଧାରଣତଃ ଗୋଡ଼ ପକେଇ ଠିଆ ହେବା ପାଇଁ ଗ୍ରାହକମାନଙ୍କ ଭିତରେ ପ୍ରତିଯୋଗିତା ଚାଲୁଥିବା ଦେଖିବାକୁ ମିଳୁଛି। ଯାହାକି ବହୁ ସମୟରେ ଠେଲାପେଲାର ପରିସ୍ଥିତି ସୃଷ୍ଟି ହେଉଛି। ୧୯୯୦ ମସିହାରୁ ଏଠାରେ କାର୍ଯ୍ୟକ୍ଷମ ହେଉଥିବା ସିଣ୍ଡିକେଟ୍ ବ୍ୟାଙ୍କ ଏବେ କାନାଡ଼ା ବ୍ୟାଙ୍କରେ ସଂଲଗ୍ନ ହୋଇଥିବାବେଳେ ସେତେବେଳେ ସାରା ନୟାଗଡ଼ ଜିଲ୍ଲାର ହଜାର ହଜାର ସଂଖ୍ୟାର ଗ୍ରାହକମାନଙ୍କୁ ମ୍ୟାନୁଆଲ୍‌ରେ ଉତ୍ତମ ସେବା ଯୋଗାଇ ଦେଇଆସୁଥିବାେବେଳ ଏବେ  ମାଳିସାହିର ଏହି ସିଣ୍ଡିକେଟ୍ ବ୍ୟାଙ୍କ  କମ୍ପ୍ୟୃୁଟର ସୁବିଧା ଥାଇ ମଧ୍ୟ ଗ୍ରାହକମାନଙ୍କୁ ସେବା ଯୋଗାଇ ଦେବାରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ଉଠୁଛି। ଏସବୁ ସମସ୍ୟା ନେଇ ବ୍ୟାଙ୍କ ଶାଖା ପରିଚାଳକଙ୍କୁୁ ପଚାରିବାରେ ଗୃହ ଅଭାବ ସାଙ୍ଗକୁ ନେଟ୍ ସମସ୍ୟା ଓ ଆବଶ୍ୟକ କର୍ମଚାରୀ ନଥିବାରୁ ଏସବୁ ସମସ୍ୟା ଉପୁଜୁଥିବା ସେ କହିଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଏଥିପାଇଁ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.