Home ଜିଲ୍ଲା ପରିକ୍ରମା ଅବିସ୍ମରଣୀୟ ରାଜନେତା ସ୍ୱର୍ଗତଃ ଲକ୍ଷ୍ମୀ ମହାପାତଙ୍କ ଶ୍ରଦ୍ଧାଞ୍ଜଳ ସଭା

ଅବିସ୍ମରଣୀୟ ରାଜନେତା ସ୍ୱର୍ଗତଃ ଲକ୍ଷ୍ମୀ ମହାପାତଙ୍କ ଶ୍ରଦ୍ଧାଞ୍ଜଳ ସଭା

16

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅବିସ୍ମରଣୀୟ ରାଜନେତା ସ୍ୱର୍ଗତଃ ଲକ୍ଷ୍ମୀ ମହାପାତ୍ର ଓ ତାଙ୍କର ସହଧର୍ମିଣୀ ଧର୍ମ ପରାୟଣ ମହିୟସୀ ମହିଳା ସ୍ୱର୍ଗତା ସବିତା ମହାନ୍ତିଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ସ୍ମୃତି ସଭାରେ ଆଜି ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଏହି ଶୋକସଭାରେ ଓଡିଶାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଧାୟକ ମାୟାଧର ଜେନା,ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପଞ୍ଚାନନ ରାଉତ,ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରଧ୍ୟକ୍ଷା ଗୁଲମକ୍କି ହବିବ, ବରିଷ୍ଠ ଅଧିବକ୍ତା ଅତିସ ବେହେରା, ଯୁବ ଅଧିବକ୍ତା ନିଶିକାନ୍ତ ନାୟକ ଏବଂ ଅନେକ ପ୍ରତିଷ୍ଠିତ ନେତା, ସମାଜସେବୀ, ଧର୍ମଗୁରୁ ଓ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ। ଏହି ସଭାରେ ସ୍ୱର୍ଗତଃ ଲକ୍ଷ୍ମୀ ମହାପାତ୍ର ଙ୍କ ଜୀବନଦର୍ଶନ, ସେବାଧର୍ମ ଓ ଜନହିତେଶୀ ପ୍ରତିବଦ୍ଧତାକୁ ସମସ୍ତେ ସ୍ମରଣ କରି ତାଙ୍କ ଜୀବନାଦର୍ଶ କୁ ସ୍ମରଣ କରିଥିଲେ।ପ୍ରାରମ୍ଭରେ ସ୍ୱର୍ଗତ ଲକ୍ଷ୍ମୀ ମହାପାତ୍ର ଓ ତାଙ୍କ ସହଧର୍ମିଣୀ ଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି ଅବସରରେ ସ୍ୱର୍ଗତଃ ଲକ୍ଷ୍ମୀ ମହାପାତ୍ରଙ୍କ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.