Home ଜିଲ୍ଲା ପରିକ୍ରମା ଅବସର ନୂତନ ଅଧ୍ୟାୟର ଆରମ୍ଭ କରେ, ମୁଖ୍ୟ କିରାଣୀ ମଦନ ମୋହନ ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା...

ଅବସର ନୂତନ ଅଧ୍ୟାୟର ଆରମ୍ଭ କରେ, ମୁଖ୍ୟ କିରାଣୀ ମଦନ ମୋହନ ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

18

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କର୍ମମୟ ସଂସାରରେ କର୍ମକୁ ସମସ୍ତେ ଗୁରୁତ୍ୱ ଦେବା ଉଚିତ। କାର୍ଯ୍ୟ କରିବାର ଆଗ୍ରହ ଓ କାର୍ଯ୍ୟ କରିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ପାଇଁ ଅବସର କୌଣସି ଗୁରୁତ୍ୱ ବହନ କରେ ନାହିଁ। ଅବସର ଏକ ନୂତନ ଜୀବନର ଆରମ୍ଭ କରେ। ବନ୍ଧନରେ ରହି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବନ୍ଧନମୁକ୍ତ ହୋଇ କାର୍ଯ୍ୟ କରିବାର ସୁଯୋଗ ଦିଏ ବୋଲି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ମଦନ ମୋହନ ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭା ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତ୍ୟାଗଭୂମିର ସଭାପତି ଅଜୟ ନାୟକ ସଭାପତିତ୍ୱ କରିଥିଲେ। ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଶିକ୍ଷକ ପ୍ରଭାକର ପରିଡ଼ା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଦ୍ରକ ବି.ଇ.ଓ. ଚକ୍ରଧର ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବନ୍ତ ବି.ଇ.ଓ. ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ମନୋରଞ୍ଜନ ନାୟକ, ଓଷ୍ଟା ଜିଲ୍ଲା ସଭାପତି ଶଶିଶେଖର କରଶର୍ମା ଏବଂ ତ୍ୟାଗଭୂମିର ସଂପାଦକ ଅଧିବକ୍ତା, ସ୍ତମ୍ଭକାର ଗଦାଧର ବଳ ଯୋଗ ଦେଇ ଶ୍ରୀଯୁକ୍ତ ନାୟକଙ୍କ କାର୍ଯ୍ୟାବଳୀର ଗୁଣଗାନ କରିଥିଲେ। ସଭାରେ ଅବସରପ୍ରାପ୍ତ ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ରାଜେନ୍ଦ୍ର କୁମାର ବିଶ୍ୱାଳ ଏବଂ ସମାଜସେବୀ ସ୍ମୃତିରଞ୍ଜନ ପଲାଇ ସଂଯୋଜନା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତିଲତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକୁ କୁମାର ଗୌରବ ନାୟକ, ମୁକ୍ତିକାନ୍ତ ନାୟକ, ସୁବ୍ରତ କୁମାର ନାୟକ, ଜୟପ୍ରକାଶ ବହଳୀ, ରତିକାନ୍ତ ପୁହାଣ, ସଞ୍ଜୟ ଶାସିନୀ, ବିକାଶ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.