Home ଜିଲ୍ଲା ପରିକ୍ରମା ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଅବସର କାଳୀନ ସମ୍ବର୍ଦ୍ଧନା ସଭା

12

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ବନ୍ଧଗାଁ ପଂଚାୟତ ପାଂଚପଡା ସ୍ଥିତ ଶ୍ରୀ ଜଗନ୍ନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ଦ୍ୱାରା ଆୟୋଜିତ ପ୍ରଧାନ ଶିକ୍ଷକ ଦାମୋଦର ମହାକୁଡ଼ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାୟ ଯୋଗଦେଇ ମର୍ମସ୍ପର୍ଶୀ, ହୃଦୟସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଜଣେ ଶିକ୍ଷକ କିପରି ହେବା ଦରକାର ତାହା ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅମୃତ ଦର୍ଶନ ର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଙ୍କ ଶିକ୍ଷା ଓ ଶିକ୍ଷକ ସହ ସମାଜର ଆଧୁନିକତା କିପରି ଯୁବକ ମାନଙ୍କୁ ପଥ ଭ୍ରଷ୍ଟ କରାଉଛି ତାହା ବିଷୟରେ ଆଲୋକପାତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ବନ୍ଧଗାଁ ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କମଳାକାନ୍ତ ବାରିକ, ଶ୍ରୀ ଜଗନ୍ନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ପଣ୍ଡା,, ବନ୍ଧଗାଁ ନୋଡାଲ ହାଇସ୍କୁଲ ର ସି ଆର ସି ସି ସନ୍ତୋଷ କୁମାର ସେଠୀ, ବନ୍ଧଗାଁ ହାଇସ୍କୁଲ ର ଅବସର ପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ବିଜୟ କୁମାର ଅଗସ୍ତି, ନୃସିଂହ ଚରଣ ମିଶ୍ର, ମନମୋହନ ବାରିକ ଯୋଗଦେଇ ନିଜ ନିଜ ର ବକ୍ତବ୍ୟ ରଖି ଥିଲେ। ଶିକ୍ଷକ ଚନ୍ଦ୍ରକାନ୍ତ ଶୁକ୍ଳ ଙ୍କ ଅତିଥି ପରିଚୟ ବେଶ ଶୃତି ମଧୁର ଓ ରୁମାଂଚକର ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବନ୍ଧଗାଁ ପଂଚାୟତ ର ସରପଂଚ ନିରୋଦ ଚନ୍ଦ୍ର ରାଉତ ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରକାନ୍ତ ମହାପାତ୍ର, ରାଧାକାନ୍ତ ପଣ୍ଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ମହାକୁଡ଼, ନରହରି ମହାପାତ୍ର ଉକ୍ତ ସଭାରେ ଯୋଗ ଦେଇଥିଲେ। ଆର୍ଯ୍ୟାବର୍ତ ବିଦ୍ୟା ନିକେତନର ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ବେହେରା ଙ୍କ “ତଥାପି ମୁଁ ଜଣେ ଶିକ୍ଷକ”ର ଭାବଗର୍ଭକ ଶିର୍ଷକ ବେଶ ହୃଦୟସ୍ପର୍ଶୀ ହୋଇ ପାରିଥିଲା।ଯୁବ ସମାଜ ସେବୀ ପ୍ରଭାକର ସାମଲ ଙ୍କ ଶିକ୍ଷକ ର ପ୍ରତ୍ୟେକ ଅକ୍ଷର କୁ ନେଇ ବର୍ଣ୍ଣନା ବେଶ ଆଦୃତ ହୋଇପାରିଥିଲା। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ ପରେ ଏହି ସଭା ଆରମ୍ଭ ହୋଇଥିଲା। ପୁରାତନ ଛାତ୍ର ସଂସଦ ର ସମସ୍ତ କର୍ମକର୍ତା ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ସଭାର ସଫଳ ରୂପାୟନ ପାଇଁ ସି ଆର ସି ସି ପିତାମ୍ବର ମିଶ୍ରଙ୍କ ଅବଦାନ ଅତୁଳନୀୟ। ପୁରାତନ ଛାତ୍ର ରାମଚନ୍ଦ୍ର ନାୟକ ଏହି ସଭାରେ ସଭାପତିତ୍ୱ କରିଥିଲେ। ବିଦାୟୀ ପ୍ରଧାନ ଶିକ୍ଷକ ଦାମୋଦର ମହାକୁଡ଼ ଙ୍କ କୋହଭରା ସ୍ୱର ରେ ଅଭିଭାଷଣ କିଛି ସମୟ ପାଇଁ ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇଥିଲା।ଶେଷରେ ସନ୍ଧ୍ୟା ସମୟରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.