ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତି, ଉପସଭାପତି ହରମୋହନ କୁଅଁର, ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ, ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ, ହିସାବ ସମୀକ୍ଷକ ମୁକ୍ତିକାନ୍ତ ମହାପାତ୍ର, ଲକ୍ଷ୍ମଣ କୁମାର ମହାନ୍ତିଙ୍କ ନେତୃତ୍ୱ ଓ ପରିଚାଳନାରେ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ଅଷ୍ଟମ ବେତନ କମିଶନରରେ ପେନ୍ସନରଙ୍କ ପେନସନ୍ ବୃଦ୍ଧି ଓ ତତ୍ ସଂକ୍ରାନ୍ତୀୟ ଆର୍ଥିକ ମଞ୍ଜୁରୀ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପେନ୍ସନ୍ରଙ୍କ ଦାବୀପତ୍ର ପ୍ରଦାନ କରାଯାଇଅଛି। ପ୍ରାକ୍ ସ୍ୱାଧୀନତା ଓ ସ୍ୱାଧୀନତା ପରେ ପୂର୍ବରୁ ୭ଟି ବେତନ କମିଶନରରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଓ ଦୀର୍ଘଦିନ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କର ପେନ୍ସନ୍ ଆନୁପାତିକ ଭାବରେ ବୃଦ୍ଧି ହୋଇ ଆସୁଅଛି। ମାତ୍ର ୨୦୨୬ ମସିହାରେ ହେବାକୁ ଥିବା ବେତନ କମିଶନରରେ ସମସ୍ତ ବର୍ଗର ପେନସନ୍ରଙ୍କର ପେନ୍ସନ୍ ଓ ତତ୍ ସଂକ୍ରାନ୍ତୀୟ ଆର୍ଥିକ ସୁବିଧାରୁ ବଂଚିତ କରାଇବା ପାଇଁ ବେତନ କମିଶନରର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଲୋକସଭା ଓ ରାଜ୍ୟ ସଭାରେ ପାଶ୍ କରାଇ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ ମୋହର ଲଗାଇ ଆଇନ୍ ପ୍ରଣୟନ କରାଇଥିବାରୁ ଭାରତବର୍ଷର ସମସ୍ତ ବର୍ଗର ଅବସରପ୍ରାପ୍ତ କର୍ମଚାରୀ ତଥା ବରିଷ୍ଠ ନାଗରିକଙ୍କୁ ସେମାନଙ୍କର ମୌଳିକ ଓ ମାନବିକ ଅଧିକାରରୁ ବଂଚିତ କରୁଛନ୍ତି। ଏହାର ଦୃଢ଼ ପ୍ରତିବାଦ ସହ ପେନ୍ସନରଙ୍କୁ ଅଷ୍ଟମ ବେତନ କମିଶନରରେ ପେନ୍ସନ ଓ ତତ୍ ସଂକ୍ରାନ୍ତୀୟ ଆର୍ଥିକ ସୁବିଧା ପ୍ରଦାନ ପାଇଁ ପୁର୍ନବିଚାର କରି ପ୍ରଣୟନ କରିଥିବା ଆଇନର ପ୍ରତ୍ୟାହାର କରାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସର୍ବଭାରତୀୟ ସ୍ତରର ପେନ୍ସନ୍ର ଫେଡ଼େରେସନର ଅର୍ନ୍ତଭୁକ୍ତ ଆମ ଜିଲ୍ଲା ସଂଘ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଅଛି। ଜିଲ୍ଲା ସଂଘର ଦାବୀପତ୍ରର ଏକକିତା ଅବିକଳ ନକଲ ରାଜ୍ୟ ସଂଘକୁ ମଧ୍ୟ ପ୍ରେରଣ କରାଯାଇଅଛି। କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଜୋନ୍ର କର୍ମକର୍ତା ଅଂଶ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ମଦନ ମୋହନ ନାୟକ, ଉପେନ୍ଦ୍ର ନାଥ ରାଉତ, ଯୁଧିଷ୍ଠିର ବାରିକ, ପ୍ରତାପ ଚନ୍ଦ୍ର ଦଳାଇ, ବସନ୍ତ କୁମାର ଦେ, ଅରୁଣ କୁମାର ମିତ୍ର, କାଶୀନାଥ ମହାପାତ୍ର, ଚନ୍ଦ୍ରମୋହନ ମହାନ୍ତି, ଆଦିତ୍ୟ କୁମାର ନାୟକ, ରମାକାନ୍ତ ନାୟକ, ବାଇଧର ମହାପାତ୍ର, ରାମଚନ୍ଦ୍ର ସାହୁ, ପୀତବାସ ପାଣି, ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଅବସରପ୍ରାପ୍ତ ଡିପ୍ଲୋମା ଇଞ୍ଜିନୟର ସଂସ୍ଥାର କର୍ମକର୍ତା ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ, ବିଦ୍ୟୁତ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତା ଇଂ.ସୁରେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ବହୁ ସଦସ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନରେ ସହଯୋଗ କରିଥିଲେ ।







